ରାଜ୍ୟ

୨୫ କିଲୋମିଟର ଭାସିବା ପରେ ଉଦ୍ଧାର ହେଲେ ଵୃଦ୍ଧା

ରଖେ ହରି ତ ମାରେ କିଏ । ୨୫ କିଲୋମିଟର ଭାସି ଆସିଲେ ବୃଦ୍ଧା । ବନ୍ୟା ସ୍ରୋତରେ ଯାଜପୁରରୁ ଭାସିଲେ, ପଟ୍ଟାମୁଣ୍ଡାଇରେ ପହଁଚିଲେ । ପ୍ରାୟ ୨୫ କିମି ଭାସି ଆସିଲେ ବୃଦ୍ଧା। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯାଜପୁର ଜିଲ୍ଲା କାଇପଡା ଗାଁର କେସି ଦଳାଇ ଶୌଚ ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ ।

ଅସାବଧାନତା ଯୋଗୁଁ ତାଙ୍କ ଗୋଡ଼ ଖସି ଯାଇଥିଲା । ପ୍ରଖର ନଦୀ ସ୍ରୋତରେ ଭାସି ଯାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିପାଟଣା ନିକଟସ୍ଥ ବ୍ରାହ୍ମଣୀ ନଦୀରେ ବୃଦ୍ଧା ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ବୃଦ୍ଧାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଉଦ୍ଧାର ପରେ ତାଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବୃଦ୍ଧା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାବେଳେ ପଟ୍ଟାମୁଣ୍ଡାଇ ପୋଲିସ ସହାୟତାରେ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 2 =