ହାଇକୋର୍ଟ ଗଲେ ପ୍ରକୃତି ମିଶ୍ର

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ହାଇକୋର୍ଟ ଗଲେ । ପୋଲିସ କୈାଣସି କାର୍ଯ୍ୟନୁଷ୍ଠାନ ନେଉ ନ ଥିବା ଜଣାଇଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁ ରେ ଏତଲା କରିଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଏତଲ କରିଥିଲେ । ଥମିଯାଇଥିବା ବାବୁସାନ-ପ୍ରକୃତି ବିବାଦ ଏବେ ପୁଣି ମୁଣ୍ଡ ଟେକିଛି । ନିକଟରେ ବାବୁସାନ ମହାନ୍ତି ଏକ ଭିଡିଓ ଜାରି କରି ଓଡିଶା ବାସୀଙ୍କୁ କ୍ଷମା ମାଗିଥିଲେ । ପୁଣି ଏପରି ଆଉ ଭୁଲ ହେବ ନାହିଁ ବୋଲି କହିଥିଲେ । ଆଜି ପ୍ରକୃତି ମିଶ୍ର ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ହଇକୋର୍ଟ ଯାଇଛନ୍ତି ।
ସୂଚନା ଅନୁଯାୟୀ , ବାବୁସାନ ଙ୍କ ପତ୍ନୀ ତୃପ୍ତି ରାସ୍ତା ଉପରେ ରେଡ ହ୍ୟାଣ୍ଡେଡ ବାବୁସାନ ଓ ପ୍ରକୃତିଙ୍କୁ ଧରିଥିଲେ । ଏବଂ ପ୍ରକୃତିଙ୍କୁ ଆକ୍ରମଣ ମଧ୍ୟ କରିଥିଲେ ତୃପ୍ତି । ଏହି ଘଟଣା ପରେ ପ୍ରକୃତିଙ୍କ ବାପା ମନ୍ମତ ମିଶ୍ର ଏବଂ ମା ଥାନାରେ ବାବୁସାନ ଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ନାମରେ ଏତଲା ଦେଇଥିଲେ । ଅନ୍ୟପଟେ ବାବୁସାନଙ୍କ ମା ଅପରାଜିତା ଙ୍କ ସହ ତୃପ୍ତି ମଧ୍ୟ ଖାରବେଳ ନଗର ଥାନାକୁ ଆସି ପ୍ରକୃତିଙ୍କ ବିରୋଧରେ ଏତଲା କରିଥିଲେ । ସାରା ରାଜ୍ୟରେ ଏଅହି ଘଟଣା ଚହଳ ପକାଇଥିଲା । ବାବୁସାନ ଏବଂ ପ୍ରକୃତି ଫିଲ୍ମ ପ୍ରମୋଶନ ପାଇଁ କାରରେ ଯାଉଥିବା ସମୟରେ ତୃପ୍ତି ସେମାନଙ୍କୁ ଅଟକାଇଥିଲେ ।

Share

Leave a Reply

Your email address will not be published. Required fields are marked *

17 + sixteen =