ରାଜ୍ୟ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିବାଦ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏବେ ବିବାଦ ଆହୁରି ଘନେଇବାରେ ଲାଗିଛି । କ୍ୟାମ୍ପସରେ କଥିତ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲର ସମସ୍ତ ୱାର୍ଡେନ ସାମୂହିକ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି । ସେମାନେ କୂଳପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିବା ସହ କ୍ୟାମ୍ପସର ପରିସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କଟକ ସଦର ବିଧାୟକଙ୍କ କଥିତ ହସ୍ତକ୍ଷେପକୁ ୱାର୍ଡେନ ସଂଘ ବିରୋଧ କରିଛି । ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ବାହ୍ୟ ହସ୍ତକ୍ଷେପ ଶିକ୍ଷା ପରିବେଶକୁ ପ୍ରଭାବିତ କରୁଛି ବୋଲି ସେମାନଙ୍କ ଅଭିଯୋଗ ହେଉଛି । ଅଗଷ୍ଟ ୧ ତାରିଖ ରାତିରେ ଏହି ଘଟଣା ଘଟିଥିଲା । ଫ୍ରେଣ୍ଡସିପ ଡେ ସେଲିବ୍ରେସନ ପାଇଁ ହଷ୍ଟେଲରେ ଏକାଠି ହୋଇଥିଲେ ଅନ୍ତେବାସୀ । ସେହି ସମୟରେ ଦୁଇଟି ହଷ୍ଟେଲ ରୁମରେ ଡେପୁଟି ୱାର୍ଡେନ ତାଲା ପକାଇଥିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାର ପ୍ରତିବାଦରେ ହଷ୍ଟେଲ ଅନ୍ତେବାସୀମାନେ ପ୍ରାୟ ୨୪ ଘଣ୍ଟା ଧରି ଧର୍ମଘଟ କରିଥିଲେ ।

ଅନ୍ୟପଟେ ଏହି ଘଟଣା ପରେ କ୍ୟାମ୍ପସରେ ଉତ୍ତେଜନା ବଢ଼ିବା ସହ ବିଶ୍ୱବିଦ୍ୟାଳୟର ପରିବେଶ ଅଶାନ୍ତ ହୋଇପଡ଼ିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ହଷ୍ଟେଲ ପରିଚାଳନା ଏବଂ କ୍ୟାମ୍ପସର ଶୃଙ୍ଖଳାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

Share

Leave a Reply

Your email address will not be published. Required fields are marked *

three × 4 =