ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ

ରାୟଗଡ଼ାର ୩୫୦୦ରୁ ଅଧିକ କଲେଜ ଛାତ୍ରଛାତ୍ରୀ ଓ କର୍ମଚାରୀ ଶିଖିଲେ କିଭଳି ସଡ଼କରେ ସୁରକ୍ଷିତ ରହିହେବ
ରାୟଗଡ଼ା: ଏକ ଦୁର୍ଘଟଣାମୁକ୍ତ ଭାରତ ଗଠନ କରିବା ଲାଗି ଲୋକମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତାର ଆବଶ୍ୟକତା ଉପରେ ପୁନଃ ଗୁରୁତ୍ୱାରୋପ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମ୍‌ଏସ୍‌ଆଲ୍ର ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଓଡ଼ିଶାର ରାୟଗଡ଼ାରେ ପହଂଚିଛି ।
ରାୟଗଡ଼ା ସ୍ୱୟଂଶାସିତ କଲେଜ ଓ ମହିଳା ମହାବିଦ୍ୟାଳୟ (ଓମେନ୍‌ସ କଲେଜ)ରେ ଅନୁଷ୍ଠିତ ଚାରି ଦିନିଆ ଶିବିର (୨୦୨୨ ଡିସେମ୍ବର ୧୨-୧୫)ରେ ୩୫୦୦ରୁ ଅଧିକ କଲେଜର ଛାତ୍ରଛାତ୍ରୀ ଏବଂ ଷ୍ଟାଫ୍ ସଦସ୍ୟମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯେଉଁମାନେ ସୁରକ୍ଷିତ ଗାଡ଼ି ଚାଳନାର ପ୍ରଥାଗୁଡ଼ିକ ବିଷୟରେ ଶିଖିବା ଲାଗି ଆଗେଇ ଆସିଥିଲେ । ସମସ୍ତଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତାରେ ଉନ୍ନତି ଆଣିବା ଲାଗି ଏଚଏମ୍‌ଏସ୍‌ଆଇର ସଡ଼କ ସୁରକ୍ଷା ପ୍ରଶିକ୍ଷକମାନେ ବୟସ ଉପଯୋଗୀ ସଡ଼କ ସୁରକ୍ଷା ଶିକ୍ଷଣୀୟ କାର୍ଯ୍ୟକ୍ରମକୁ ବ୍ୟବହାର କରିଥିଲେ ।
ସୁରକ୍ଷା ଉପରେ ଭାରତକୁ ସଚେତନ କରିବା ପ୍ରତି ହୋଣ୍ଡାର ରହିଥିବା ପ୍ରତିବଦ୍ଧତା ବିଷୟରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ଅପରେଟିଂ ଅଫିସର-ବ୍ରାଣ୍ଡ୍ ଓ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ କହିଛନ୍ତି ଯେ, “ସଡ଼କ ସୁରକ୍ଷା ମାନସିକତା ବିକାଶ କରିବା ଲାଗି ସଡ଼କ ସୁରକ୍ଷା ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ।ସାରା ଦେଶରେ ଅଧିକ ଦାୟିତ୍ୱବାନ ସଡ଼କ ବ୍ୟବହାର ବିକାଶ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରାଯାଉଛି । ଏହି ଅଭିଯାନ ଜରିଆରେ, ନୂଆ ଏବଂ ଉଦୀୟମାନ ଚାଳକଙ୍କ ମଧ୍ୟରେ ସଡ଼କର ସଠିକ୍ ବ୍ୟବହାର ଭାବ ଜାଗ୍ରତ କରିବା ଲାଗି ସମେତ ସଡ଼କ ସୁରକ୍ଷାର ବ୍ୟବହାର ଗୁରୁତ୍ୱକୁ ବୁଝିବାରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’’
ହୋଣ୍ଡାର ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ବୈଜ୍ଞାନିକ ଉପାୟରେ କୌତୁକ ଶିକ୍ଷା ପ୍ରଦାନ କରାଯାଉଛି:
୧. ବୈଜ୍ଞାନିକ ତତ୍ୱ ଶିକ୍ଷଣୀୟ ମଡ୍ୟୁଲ୍‌: ହୋଣ୍ଡାର ଦକ୍ଷ ତାଲିମଦାତାମାନେ ସଡ଼କ ଚିହ୍ନ ଓ ସଙ୍କେତ, ସଡ଼କରେ ଚାଳକଙ୍କ ଭୂମିକା, ରାଇଡିଂ ଗିୟର ଓ ବସିବାର ଢଙ୍ଗ ବର୍ଣ୍ଣନା ଓ ସୁରକ୍ଷିତ ଗାଡ଼ି ଚାଳନାର ବିଭିନ୍ନ ଉପରେ ଥିଓରି ଅଧିବେଶନ ସହ ମୂଳଦୁଆ ପକାଉଛନ୍ତି ।
୨. ପ୍ରାକ୍ଟିକାଲ୍ ଶିକ୍ଷା: ବାସ୍ତବରେ ସଡ଼କରେ ଗାଡ଼ି ଚଲାଇବା ବେଳେ ଦେଖାଦେବାକୁ ଥିବା ୧୦୦ରୁ ଅଧିକ ସମ୍ଭାବ୍ୟ ବିପଦ ବିଷୟରେ ସମସ୍ତଙ୍କୁ ଅନୁଭୂତି ପ୍ରଦାନ କରିବା ଲାଗି ହୋଣ୍ଡାର ଭର୍ଚୁଆଲ ରାଇଡିଂ ସିମୁଲେଟରକୁ ବ୍ୟବହାର କରି ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
୩. ଇଟଂରଆକ୍ଟିଭ୍ ଅଧିବେଶନ: କିକେନ ୟୋସୁକୁ ଟ୍ରେନିଂ (କେୱାଇଟି) ନାମରେ ପରିଚିତ ବିପଦ ଆକଳନକାରୀ ତାଲିମ ଅଂଶଗ୍ରହଣକାରୀମାନଙ୍କୁ ପ୍ରଦାନ କରାଯାଇଛି ଯାହା ବିପଦ ପ୍ରତି ଚାଳକମାନଙ୍କ ସମ୍ବେଦନଶୀଳତାରେ ଉନ୍ନତି ଆଣିବା ଏବଂ ସଡ଼କରେ ସୁରକ୍ଷିତ ଗାଡ଼ି ଚାଳନା ବ୍ୟବହାରକୁ ବଜାୟ ରଖିବାରେ ସହାୟକ ହୋଇଛି ।
୪. ଗାଡ଼ି ଚଲାଇ ଶିଖିଥିବା ଡ୍ରାଇଭର୍‌ଙ୍କ ଦକ୍ଷତାରେ ଉନ୍ନତି: ଷ୍ଟାଫ୍ ସଦସ୍ୟ ଓ କଲେଜ ଛାତ୍ରଛାତ୍ରୀ ଯେଉଁମାନେ ଗାଡ଼ି ଚଲାଇବା ଶିଖିଛନ୍ତି ସେମାନଙ୍କ ପରୀକ୍ଷା କରାଯାଉଛି ଓ ମନ୍ଥର ଗାଡ଼ି ଚାଳନା ଏବଂ ଅଣଓସାରିଆ ରାସ୍ତାରେ ଗାଡ଼ି ଚାଳନା ଜରିଆରେ ସେମାନଙ୍କ ଶିକ୍ଷାକୁ ଶାଣିତ କରାଯାଉଛି ।
୫. ଶିଖିବା କୌତୁକରେ ପରିଣତ ହୋଇଛି: ଯୁବ ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା ବିଷୟରେ ଯେଭଳି ଅଧିକ ଜାଣିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ହୋଣ୍ଡା ପକ୍ଷରୁ ସଡ଼କ ସୁରକ୍ଷା ଗେମ୍ ଓ କୁଇଜ୍ ଆଦିକୁ ଦୈନିକ ଭିତିରେ ଆୟୋଜନ କରାଯାଉଛି ।
ସଡ଼କ ସୁରକ୍ଷା ପ୍ରତି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସିଏସଆର୍ ପ୍ରତିବଦ୍ଧତା
ହୋଣ୍ଡା ପାଇଁ ବିଶ୍ୱସ୍ତରରେ ସଡ଼କ ସୁରକ୍ଷା ହେଉଛି ପ୍ରଥମ । ୨୦୫୦ ସୁଦ୍ଧା ହୋଣ୍ଡା ମୋଟରସାଇକଲ୍ ଓ ଅଟୋମୋବାଇଲ୍‌କୁ ନେଇ ଜଡ଼ିତ ଥିବା ଶୂନ ଟ୍ରାଫିକ୍ ଦୁର୍ଘଟଣାକୁ ବିଶ୍ୱସ୍ତରରେ ହାସଲ କରିବା ଲାଗି ହୋଣ୍ଡା ଉଦ୍ୟମ କରିବ ବୋଲି ୨୦୨୧ରେ ଘୋଷଣା କରାଯାଇଥିଲା । ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)କୁ ପୂରଣ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ୨୦୦୧ରେ ଯାତ୍ରା ଆରମ୍ଭ କରିବା ପରଠାରୁ ଭାରତରେ ସଡ଼କ ସୁରକ୍ଷାର ପ୍ରସାର କରୁଛି । ହୋଣ୍ଡାର ବିଶ୍ୱସ୍ତରୀୟ ସୁରକ୍ଷା ଲକ୍ଷ୍ୟକୁ ହାସଲ କରିବା ଲାଗି ବର୍ତମାନ ହୋଣ୍ଡାର ସଡ଼କ ସୁରକ୍ଷା ସଚେତନତା ଅଭିଯାନ ୫୦ ଲକ୍ଷରୁ ଅଧିକ ଭାରତୀୟଙ୍କ ପାଖରେ ପହଂଚିପାରିଛି । ଏହାର ଦକ୍ଷ ସୁରକ୍ଷା ପ୍ରଶିକ୍ଷକ ଏହାର ସାରା ଭାରତରେ ଥିବା ୧୦ଟି ପୋଷ୍ୟ ଟ୍ରାଫିକ୍ ପାର୍କ ଓ ୭ ସୁରକ୍ଷି ଗାଡ଼ିଚାଳନା ଶିକ୍ଷା କେନ୍ଦ୍ର (ଏସ୍‌ଡିଇସି)ରେ ଦୈନିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।
ଏହା ବ୍ୟତୀତ ସାରା ଭାରତରେ ଥିବା ହୋଣ୍ଡାର ୧୦୦୦ରୁ ଅଧିକ ଡିଲରସିପ୍ ସଡ଼କ ସୁରକ୍ଷା ସଚେତନତାର ପ୍ରସାର କରୁଛନ୍ତି । ଏଚଏମଏସଆଇର ନିଜସ୍ୱ ଭର୍ଚୁଆଲ ରାଇଡିଂ ସିମୁଲେଟର ଚାଳକଙ୍କ ବିପଦ ଆକଳନ ଦକ୍ଷତାକୁ ବଢ଼ାଉଥିବା ବେଳେ ଭାରତରେ ଥିବା ପ୍ରତି ଡିଲରସିପ୍‌ରେ ଗାଡ଼ି ଚାଳନା ଆରମ୍ଭ କରିବା ପୂର୍ବରୁ ନୂଆ ଗ୍ରାହକମାନଙ୍କୁ ମଧ୍ୟ ଡେଲିଭରି ପୂର୍ବରୁ ସୁରକ୍ଷା ପରାମର୍ଶ (ପିଡିଏସ୍‌ଏ) ପ୍ରଦାନ କରାଯାଉଛି ।
ଏଥି ସହିତ ନୂତନ ସ୍ୱାଭାବିକ ସମୟରେ ଶିକ୍ଷାକୁ କେବେ ବନ୍ଦ ନକରିବାକୁ ନିଶ୍ଚିତ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ହୋଣ୍ଡା ସଡ଼କ ସୁରକ୍ଷା ଇ-ଗୁରୁକୂଳ ନାମକ ଡିଜିଟାଲ ସଡ଼କ ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ୨୦୨୦ ମେ’ରେ ଆରମ୍ଭ ହେବା ପରଠାରୁ ଏହି ଅଭିଯାନରେ ୮ ଲକ୍ଷରୁ ଅଧିକ ଭାରତୀୟଙ୍କୁ ସଚେତନ ରହିବା ଓ ଦାୟିତ୍ୱବାନ ସଡ଼କ ବ୍ୟବହାରକାରୀରେ ପରିଣତ ହେବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

18 + 10 =