ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର୍
ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବାରିପଦା ତକତପୁର ଜାତୀୟ ରାଜପଥ ୧୮ ନିକଟରେ ଘଟିଛି ଘଟଣା । ଦିନ ପ୍ରାୟ ୧୧ ଟା ସମୟରେ ବାଲେଶ୍ୱର ପଟୁ ବାରିପଦା ଅଭିମୁଖେ ଯାଉଥିବା କାରରେ ଅଚାନକ ନିଆଁ ଲାଗିଯାଇଥିଲା । ଗାଡ଼ି ଚାଳକ ତୁରନ୍ତ ଓହ୍ଲାଇ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
କ୍ଷଣିକ ମଧ୍ୟରେ କାରଟି ସମ୍ପର୍ଣ୍ଣ ଜଳି ଯାଇଥିଲା । ଘଟଣା ସ୍ଥଳେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ ।

