Thursday, August 20, 2026
Latest:
ରାଜ୍ୟ

ବିଦପଜନକ ହେବ ମୌସୁମୀ

ଭୁବନେଶ୍ୱର: ମୌସୁମୀ ଋତୁ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି ଏବଂ ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ବୃଦ୍ଧିପାଇବାରେ ଲାଗିଛି। ପ୍ରାୟ ଏକ ନିୟୁତ ବର୍ଷର ତଥ୍ୟକୁ ନେଇ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛି ଯେ ସବୁଜ ଗୃହ ବାଷ୍ପ ନିର୍ଗମନ ଏବଂ ସେହି କାରଣରୁ ବିଶ୍ୱ ପରିବେଶର ତାପମାତ୍ରା ବୃଦ୍ଧି ସହିତ ଉଷ୍ଣ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ବୃଦ୍ଧି ଘଟୁଥିବାରୁ ମୌସୁମୀ ଋତୁରେ ବୃଷ୍ଟିପାତ ପରିମାଣ ଅଧିକ ହେବା ସହିତ ଏହା କ୍ରମଶଃ ଅଧିକରୁ ଅଧିକ ବିପଦ ସୃଷ୍ଟି କରୁଛି। ତାହାସହିତ ମୌସୁମୀ ର ଗତିବିଧି ସମ୍ପର୍କରେ ଅନୁମାନ ଲଗାଇବା ମଧ୍ୟ କଷ୍ଟକର ହୋଇଯାଉଛି।

Share

Leave a Reply

Your email address will not be published. Required fields are marked *

19 − fourteen =