ରାଜ୍ୟ

ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ

ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ । କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ। ୧୨୭ଟି ପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ୫ଟି ସହରାଞ୍ଚଳର ୨୦ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୮ହଜାର ୨୦୫ ଜଣ ପ୍ରଭାବିତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୮ ହଜାର ୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକ ହେଲେ ଅଧିକ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ୍ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ୩୩ଟି ODRAF ଟିମ୍ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ ହୋଇଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେପଟେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ତଦାରଖ ପାଇଁ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି।

Share

Leave a Reply

Your email address will not be published. Required fields are marked *

one × five =