ବଜ୍ର୍ରପାତରେ ମହିଳାଙ୍କ ମୃତ୍ୟୁ

କେନ୍ଦୁଝରରେ ପ୍ରବଳ ବର୍ଷା ଓ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପାଟଣା ଥାନା କେନ୍ଦେଇପଶି ଗାଁର ରେମୁଣା ନାଏକ ଲୋକ ଲଗାଇ ବିଲ କାମ କରାଉଥିଲେ । ହେଲେ ଅପରାହ୍ନ ୨ଟା ବେଳେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ବିଲରେ ପପିତା ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ରେଣୁକା ନାଏକ ଓ ମମତା ନାଏକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନିଆଯାଇଥିଲେ । ହେଲେ ମେଡିକାଲରେ ଡାକ୍ତର ନଥିବାରୁ ଉତେଜନା ହୋଇଥିଲା । ଉତ୍ୟକ୍ତ ଲୋକ ମେଡିକାଲରେ ତାଲା ପକାଇ କେନ୍ଦୁଝର ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ୨ଜଣ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିସô୍ାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

12 + 4 =