ପୋଲିସ ହାତରେ ଜଗବନ୍ଧୁ ଡାଏରୀ

ପୋଲିସ ହାତରେ ଲାଗିଲା ଜଗବନ୍ଧୁ ଚାନ୍ଦଙ୍କ ଡାଏରୀ । ଡାଏରୀ ମିଳିଥିବା ନେଇ ଡିସିପି ପ୍ରତୀକ ସିଂହଙ୍କ ସୂଚନା । ଗିରଫ ଜଗବନ୍ଧୁଙ୍କ ଘରୁ ଗୁରୁତ୍ୱପୁର୍ଣ୍ଣ ଜିନିଷ ମିଳିଛି । ୪ଟି ମୋବାଇଲ ଗୋଟିଏ ଲାପଟପ ଓ ଗୋଟିଏ ଡାଏରୀ ମିଳିଛି । ଆଉ କିଛି ଗୁରୁତ୍ୱପୁର୍ଣ୍ଣ ଡକ୍ୟୁମେଣ୍ଟ ମିଳିଥିବା ବି କହିଲେ ଡିସିପି ।
ସେପଟେ ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାର ଖେଳତାଡ ଚାଲିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଙ୍କ ଗଣମାଧ୍ୟମକୁ ସୂଚନା । ଉଭୟଙ୍କ ଆକାଉଣ୍ଟଟ୍ରାନଜାକ୍ସନର ତଥ୍ୟ ଆରବିଆଇକୁ ମାଗିଥିଲୁ । କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ ତଦନ୍ତ ଚାଲିଛି । ତଦନ୍ତ ଢାଳରେ ଏସବୁ ଅଧିକ ସ୍ପଷ୍ଟ ହେବ କହିଲେ ଡିସିପି ।

Share

Leave a Reply

Your email address will not be published. Required fields are marked *

four × 2 =