ରାଜ୍ୟ

ଦିଲ୍ଲୀରେ ପୁଣି ବୃଦ୍ଧି ପାଇଛି CNG ଦର

ରାଜଧାନୀ ଦିଲ୍ଲୀରେ ପୁଣି ବୃଦ୍ଧି ପାଇଛି CNG ଦର । ଦିଲ୍ଲୀ ସମେତ ନୋଏଡା ଏବଂ ଗାଜିଆବାଦରେ ମଧ୍ୟ CNGର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠାରୁ CNGର ଦର କେଜି ପିଛା ୧ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ କିଲୋ ପ୍ରତି ମୂଲ୍ୟ ୮୦.୯ ଟଙ୍କାରେ ପହଞ୍ଚିଛି । ନୋଏଡା ଏବଂ ଗାଜିଆବାଦରେ CNGର ଦର ୮୮.୭୦ ଟଙ୍କା ହୋଇଯାଇଛି । ୨ ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ CNGର ଦର ବୃଦ୍ଧି କରାଯାଇଛି ।

ମେ ୧୫ ତାରିଖରେ ଦିଲ୍ଲୀରେ CNGର ମୂଲ୍ୟ କିଲୋମିଟର ପିଛା ୨ ଟଙ୍କା ବୃଦ୍ଧି ପାଇଥିଲା । ଏଥିସହ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଥିଲା । ଲୋକଙ୍କ ଉପରେ ମହଙ୍ଗାର ମାଡ ଲଗାତାର ପଡିବା ଯୋଗୁଁ ଏହାର ପ୍ରଭାବ ନିତ୍ୟ ବ୍ୟବହାର ସାମଗ୍ରୀ ଉପରେ ମଧ୍ୟ ପଡିପାରେ ।

ଅନ୍ୟପଟେ କ୍ରମାଗତ ଭାବେ ବଢୁଥିବା CNG ଦର ପାଇଁ ଆଗାମୀ ଦିନରେ ଅଟୋ, ଟ୍ୟାକ୍ସି ଏବଂ ବସ୍ ଭଡା ବୃଦ୍ଧି ପାଇପାରେ । ଏହା ବ୍ୟତୀତ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଟ୍ରାନ୍ସପୋର୍ଟ ଜିନିଷ ମଧ୍ୟ ମହଙ୍ଗା ହେବ । ଯେଉଁଥିରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଏହି ମୂଲ୍ୟ ବୃଦ୍ଧି ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ କରିବ। ଗତ କିଛି ଦିନ ମଧ୍ୟରେ କ୍ଷୀର ମୂଲ୍ୟ ବୃଦ୍ଧି ପାଇଥିଲା । ମୁମ୍ବାଇରେ ମଧ୍ୟ CNG ମୂଲ୍ୟ ବୃଦ୍ଧି କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

15 − five =