ରାଜ୍ୟ

ଖଣ୍ଡଗିରି ଓଭରବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା

ଖଣ୍ଡଗିରି ଓଭରବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା । ଆଗରେ ଟ୍ରକ, ପଛରେ ଟ୍ରଲର। ମାଲ ବୋଝେଇ ଟ୍ରକ ଉପରେ ମାଡ଼ିଗଲା ମାଲ ବୋଝେଇ ଟ୍ରଲର। ଖୋର୍ଦ୍ଧା ଆଡ଼କୁ ଯିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା ଟ୍ରଲର। ଭୟଙ୍କର ଭାବରେ ଚାପିହୋଇଗଲେ ଟ୍ରଲର ଡ୍ରାଇଭର । ଅଗ୍ନିଶମ ଓ ପୋଲିସର ମିଳିତ ପ୍ରୟାସରେ ଦୀର୍ଘ ଘଣ୍ଟା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା । କଟରରେ କାଟି ଡ୍ରାଇଭରଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ଟ୍ରଲରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ୍‌ ଜାମ୍ ଥିବାରୁ ଗାଡ଼ି ଅଟକି ରହିଛି ।

ସୂଚନା ଅନୁସାରେ ଗତକିଛି ଦିନ ତଳେ ଖଣ୍ଡଗିରି ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ହିଟ୍-ଆଣ୍ଡ-ରନ୍ ଘଟଣା ସାମ୍ନାକୁ ଆସିଥିଲା । ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଯୁବକ ଏକ ମୋଟରସାଇକେଲରେ ଯାଉଥିବା ସମୟରେ ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ସେମାନଙ୍କୁ ଜୋରରେ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଉଭୟ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

five + eight =