ଦେବକୁଣ୍ଡ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ଦେବକୁଣ୍ଡ ଗସ୍ତରେ 5T ସଚିବ । ଉଦଳା ବ୍ଲକ ମୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଦିନ ସାଢେ ୧୦ଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ । ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଦେବକୁଣ୍ଡର ବିକାଶ ସହ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା ହୋଇଥିଲା ।

ବିଶେଷକରି ରାସ୍ତାର ବିକାଶ ସହ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ମାଆଙ୍କ ପୀଠର ବିକାଶ ପାଇଁ ସମୀକ୍ଷା କରିଥିଲେ 5T ସଚିବ । ତାଙ୍କ ସହ ମୟୂରଭଞ୍ଜ ଜିଲ୍ଲାପାଳ, ଆଇଜିଙ୍କ ଓ ବହୁ ଅଧିକାରୀ ଉପସ୍ଥିତ ଥିଲେ । ସ୍ଥିତି ସମୀକ୍ଷା ପରେ ଭୀମକୁଣ୍ଡ ଅଭିମୁଖେ ଯାଇଛନ୍ତି 5T ସଚିବ।

Share

Leave a Reply

Your email address will not be published. Required fields are marked *

2 × 2 =