କ୍ରୀଡା

ପ୍ରଜ୍ଞାନ ଓଝାଙ୍କୁ ନୂଆ ଦାୟିତ୍ୱ

ପ୍ରଜ୍ଞାନ ଓଝାଙ୍କୁ ନୂଆ ଦାୟିତ୍ୱ । ଅଜିତ ଅଗରକରଙ୍କ ପରେ ପ୍ରଜ୍ଞାନ ହେବେ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା । ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ପୂର୍ବତନ ଭାରତୀୟ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଅକ୍ଟୋବର ୪ରେ BCCI ସହ ଅଗରକରଙ୍କ ବର୍ତ୍ତମାନର ଚୁକ୍ତି ଶେଷ ହେବ । ୪୦ ବର୍ଷୀୟ ଓଝା ଭାରତ ପାଇଁ ୨୪ଟି ଟେଷ୍ଟ ଖେଳିଛନ୍ତି ।

ବର୍ତ୍ତମାନର ଚାରିଜଣିଆ ଚୟନ କମିଟିରେ ଟେଷ୍ଟ ମ୍ୟାଚ୍ ଖେଳିବା ଅଭିଜ୍ଞତା ଦୃଷ୍ଟିରୁ ସେ ସବୁଠାରୁ ଆଗରେ ଥିବାରୁ ତାଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି । ସେ ଆଗକୁ ସ୍ଥାୟୀ ମୁଖ୍ୟ ଚୟନକର୍ତ୍ତା ହେବେ କି ନାହିଁ, ତାହା BCCIର ପରବର୍ତ୍ତୀ ନିଷ୍ପତ୍ତି ପରେ ସ୍ପଷ୍ଟ ହେବ । ସେପଟେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ଗୌହାଟୀର ବର୍ଷାପାରା ଷ୍ଟାଡିୟମରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଚୟନ କମିଟିର ଚାରି ସଦସ୍ୟଙ୍କ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ।

ଏଥିରେ ପ୍ରଜ୍ଞାନ ଓଝାଙ୍କ ସହ ଶିବ ସୁନ୍ଦର ଦାସ, ଅଜୟ ରାତ୍ରା ଓ ଆର୍ .ପି. ସିଂହ ଉପସ୍ଥିତ ଥିଲେ । ତେବେ ଅଗରକର ଏହି ଆଲୋଚନାରେ ଉପସ୍ଥିତ ନଥିଲେ। ଆଗକୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଥିବାରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଅକ୍ଟୋବର ୨୨ରୁ ନଭେମ୍ବର ୨୭ ମଧ୍ୟରେ ଭାରତ ନ୍ୟୁଜିଲାଣ୍ଡରେ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ଖେଳିବ । ଏହା ସହ ଇଣ୍ଡିଆ-A ପାଇଁ ମଧ୍ୟ ୩ଟି ‘A’ ଟେଷ୍ଟ ରହିଛି । ତେଣୁ ବିଭିନ୍ନ ଫର୍ମାଟ୍ ପାଇଁ ଦଳ ଚୟନ ଏବଂ ଖେଳାଳିଙ୍କ ୱାର୍କଲୋଡ୍ କୁ ନେଇ ଗମ୍ଭୀର ଓ ଚୟନକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

one × 5 =