କ୍ରୀଡା

ପଞ୍ଜାବକୁ ହରାଇ ପାରିବ କି ଗୁଜୁରାଟ?

ଚଳିତ ସିଜିନରେ ଅପରାଜିତ ଥିବା ପଞ୍ଜାବ କିଙ୍ଗ୍ସ ବିଜୟଧାରାରେ ରୋକ ଲାଗିଛି । ରାଜସ୍ଥାନ ରୟାଲ୍ସରୁ ଠାରୁ ପରାଜିତ ହେବା ପରେ ବିଜୟ ଅଭିଯାନ ସହ ପୁନର୍ବାର ଟ୍ରାକକୁ ଫେରିବା ପାଇଁ ଚେଷ୍ଟା କରିବ ପଞ୍ଜାବ । ଅନ୍ୟପଟେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ସାମ୍ନାରେ କଡା ଟକ୍କର ଦେବାକୁ ଅପେକ୍ଷା କରିଛି ଗୁଜୁରାଟ ଟାଇଟାନ୍ସ । ପଞ୍ଜାବ କିଙ୍ଗ୍ସ ଚଳିତ ସିଜିନରେ ୮ ଟି ମ୍ୟାଚରୁ ୬ ଟି ବିଜୟ ଓ ଗୋଟିଏ ମ୍ୟାଚ ବର୍ଷା ପାଇଁ ରଦ୍ଦ ହେବା କାରଣରୁ ୧୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ରାଜସ୍ଥାନ ୯ ଟି ମ୍ୟାଚରୁ ୫ ଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ।

ଚଳିତ ସିଜିନରେ ପଞ୍ଜାବ କିଙ୍ଗ୍ସ ନିଜ ବ୍ୟାଟିଂ ବଳରେ ୬ ଟି ମ୍ୟାଚ ଜିତିଛି । ଅଭିଜ୍ଞ ବୋଲିଂ ବିଭାଗ ସତ୍ୱେ ଶେଷ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ପଞ୍ଜାବର ବୋଲିଂ ୟୁନିଟ ପ୍ରାୟତଃ ଅଧିକାଂଶ ମ୍ୟାଚରେ ୨୦୦ ରୁ ଅଧିକ ରନ ଦେଇଛନ୍ତି । ମଜବୁତ ବ୍ୟାଟିଂ ୟୁନିଟ ପାଇଁ ସେହି ଟାର୍ଗେଟକୁ ଚେଜ କରିବାରେ ସଫଳ ହୋଇଛି ପଞ୍ଜାବ । ରାଜସ୍ଥାନ ବିପକ୍ଷ ଶେଷ ମ୍ୟାଚରେ ୨୨୩ ରନର ଟାର୍ଗେଟକୁ ମଧ୍ୟ ଡିଫେଣ୍ଡ କରିବାରେ ସଫଳ ହେଲେନାହିଁ ପଞ୍ଜାବର ବୋଲିଂ ୟୁନିଟ । କେବଳ ବୋଲିଂ ନୁହେଁ, ପଞ୍ଜାବର ଫିଲଡିଂ ମଧ୍ୟ ନିମ୍ନମାନର ରହିଛି । ଦଳ ଚଳିତ ସିଜିନରେ ଅନେକ କ୍ୟାଚ ଛାଡ଼ିଛି, ଯାହା ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଭାବ ପଡ଼ିନଥିବାବେଳେ ଆଗାମୀ ଦିନରେ ଚିନ୍ତାର ବିଷୟ ପାଲଟିପାରେ ।

ଲଗାତାର ଦୁଇଟି ବିଜୟ ପାରେ ଗୁଜୁରାଟ ଟାଇଟାନ୍ସ ଆଜି ମ୍ୟାଚରେ ପଞ୍ଜାବକୁ କଡା ଟକ୍କର ଦେବା ପାଇଁ ଅପେକ୍ଷା କରିଛି । ଗୁଜୁରାଟର ଚଳିତ ସିଜିନ ସେଭଳି ଭଲ ଯାଇନଥିଲେ ମଧ୍ୟ ବେଙ୍ଗାଲୁରୁ ଓ ଚେନ୍ନାଇ ବିପକ୍ଷ ମ୍ୟାଚରେ ବିଜୟ ଦଳର ଆତ୍ମବିଶ୍ୱାସ ବଢ଼ାଇଥିବ । ଗୁଜୁରାଟର ବ୍ୟାଟିଂ ବିଶେଷ କରି ଟପ୍ ଅର୍ଡର ଉପରେ ନିର୍ଭର କରୁଛି, ସାଇ ସୁଦର୍ଶନ, ଅଧିନାୟକ ଶୁଭମନ ଗିଲ ଓ  ଜସ ବଟଲରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଭଲ ଫର୍ମରେ ନାହାନ୍ତି । ଯେସନ ହୋଲ୍ଡର ଓ ୱାଶିଂଟନ ସୁନ୍ଦର ମଧ୍ୟକ୍ରମରେ ଦଳକୁ ସ୍ଥିରତା ପ୍ରଦାନ କରୁଥିବାବେଳେ ଶାହରୁଖ ଖାନ ଓ ରାହୁଲ ତେୱତିଆଙ୍କ ପରି ଫିନିସର ଏପର୍ଯ୍ୟନ୍ତ କୌଣସି ପ୍ରଭାବ ପକାଇ ପାରିନାହାନ୍ତି । ଗୁଜୁରାଟର ନିଜ ବୋଲିଂ ୟୁନିଟ ବଳରେ ଶେଷ ମ୍ୟାଚ ଜିତିଥିବାବେଳେ ଆଜି ମଧ୍ୟ ନିଜ ବୋଲିଂ ୟୁନିଟ ଉପରେ ନିର୍ଭର ରହିବ ।

Share

Leave a Reply

Your email address will not be published. Required fields are marked *

nineteen + 17 =