Business

ଅଶୋକ ଲେଲ୍ୟାଣ୍ଡ ପକ୍ଷରୁ ରାଉରକେଲାରେ ନୂଆ ଡିଲରସିପର ଶୁଭାରମ୍ଭ


ଭୁବନେଶ୍ବର/ରାଉରକେଲା: ହିନ୍ଦୁଜା ଗ୍ରୁପର ପ୍ରମୁଖ ସଂସ୍ଥା ଅଶୋକ ଲେଲ୍ୟାଣ୍ଡ ପକ୍ଷରୁ ଓଡ଼ିଶାର ରାଉରକେଲାରେ ଏକ ନୂଆ ଳଘୁ ବାଣିଜ୍ୟିକ ଯାନ (ଏଲସିଭି) ଡିଲରସିପ ଉଦଘାଟନ କରାଯାଇଛି। ଏହା ହେଉଛି ଓଡ଼ିଶାରେ କମ୍ପାନିର ସପ୍ତାହ ଏଲସିଭି ଡିଲରସିପ। ଏହାକୁ ମିଶାଇ ଦେଶରେ କମ୍ପାନିର ଟଚପଏଂଟ ସଂଖ୍ୟା ୯୪୫ରୁ ଅଧିକ ହୋଇପାରିଛି। କମ୍ପାନି ପକ୍ଷରୁ ବର୍ତମାନ ବଡା ଦୋସ୍ତ, ଦୋସ୍ତ, ସାଥୀ, ପାର୍ଟନର ଓ ମିତ୍ର ଭଳି ଏଲସିଭି ବିକ୍ରି କରାଯାଉଛି।
କମ୍ପାନିର ନୂଆ ଚ୍ୟାନେଲ ପାର୍ଟନର ହେଉଛି ଷ୍ଟିଲେକ୍ସ ଇଣ୍ଡିଆ ଯାହା ଏକ ୩ଏସ (ବିକ୍ରି, ସର୍ଭିସ ଓ ସ୍ପେୟାର ପାର୍ଟସ) ବ୍ୟବସ୍ଥାକୁ ରାଉରକେଲା ବେଦବ୍ୟାସର ବ୍ରାହ୍ମଣୀ ତରଙ୍ଗଠାରେ ବିକାଶ କରିଛି। ଏହି ବ୍ୟବସ୍ଥାରେ ୧୨ଟି କ୍ବିସ୍ ସର୍ଭିସ୍ ବେ ଓ ଅତ୍ୟାଧୁନିକ ଭିତିଭୂମି ରହିଛି ଯାହା ଗ୍ରାହକମାନଙ୍କ ପାଇଁ ଉତ୍କୃଷ୍ଟ ଅନୁଭୂତି ସୁନିଶ୍ଚିତ କରିବ।
ଏହି ଅବସରରେ ଅଶୋକ ଲେଲ୍ୟାଣ୍ଡ ଲିମିଟେଡର ଏଲସିଭି ବ୍ୟବସାୟର ମୁଖ୍ୟ ଶ୍ରୀ ବିପ୍ଳବ ଶାହ କହିଛନ୍ତି ଯେ, ‘ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବଜାର ହୋଇ ରହିଛି ଏବଂ ଏହି ଅଂଚଳରେ ଆମ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଆମେ ଉତ୍ସାହିତ ଅଛୁ। ଗ୍ରାହକମାନଙ୍କ ସହ ଆମ ସମ୍ପର୍କ ବିଶ୍ବାସ, ପ୍ରଦର୍ଶନ ଓ ମିଳିତ ଅଭିବୃଦ୍ଧି ଆଧାର ଉପରେ ଗଢ଼ିତ। ଆମ ଉତ୍ପାଦଗୁଡ଼ିକ ଉତ୍କୃଷ୍ଟ ମାଇଲେଜ, ଭରସାଯୋଗ୍ୟତା ଓ ପ୍ରଦର୍ଶନ ଓ ଶିଳ୍ପର ଅଗ୍ରରୀ ସର୍ବାଧିକ ଦିନ ରଖାଯାଉଥିବା ପାଇଁ ପରିଚିତ। ଆମ ଉପରେ ଗ୍ରାହକମାନେ ଭରସା ଜାରି ରଖିଥିବାରୁ ଆମେ ଗର୍ବିତ ମନେ କରୁଛୁ। ବିଶ୍ବସ୍ତରୀୟ ଉତ୍ପାଦ ଓ ଅତୁଳନୀୟ ସେବା ପ୍ରଦାନ କରିବା ପାଇଁ ଆମ ପ୍ରତିବଦ୍ଧତା ଦିଗରେ ଏହି ନୂଆ ଡିଲରସିପ୍ ଆଉ ଏକ ପଦକ୍ଷେପ।’’
ଭାରତୀୟ ଏଲସିଭି ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆମ ଉତ୍ପାଦଗୁଡ଼ିକୁ ଅଣାଯାଇଛି ଯାହା ଶ୍ରେଷ୍ଠ ପ୍ରଯୁକ୍ତି ଓ ପ୍ରତିଯୋଗିତାମୂଳକ ମୂଲ୍ୟ ସହ ମିଳୁଛି। ବର୍ତମାନ ସାରା ଭାରତରେ ଆମର ୬ ଲକ୍ଷରୁ ଅଧିକ ଏଲସିଭି ରହିଛି। ନିକଟରେ ଅଶୋକ ଲେଲ୍ୟାଣ୍ଡ ସାଥୀ ଉନ୍ମୋଚନ ସହିତ ଆମେ ଦୁଇ ଟନରୁ କମ କ୍ଷମତା କ୍ଷେତ୍ରରେ ପ୍ରବେଶ କରିଛୁ ଯେଉଁଥିରେ ୪୫ ଏଚପିର ଇଂଜିନ ରହିଛି ଯାହା ୧୧୦ ଏନଏମ ଟର୍କ ଉତ୍ପନ୍ନ କରୁଛି। ଏହାର ପେଲୋଡ କ୍ଷମତା ୧୧୨୦ କେଜି ରହିଛି।
ଆମର ସମ୍ପୂର୍ଣ୍ଣ ନୂଆ ଏଲସିଭି ପ୍ଲାଟଫର୍ମରେ ବଡା ଦୋସ୍ତକୁ ବିକାଶ କରାଯାଇଛି ଏବଂ ବଜାରରେ ଏହାର ଆଇ୨, ଆଇ୩+, ଆି୫ଏକ୍ସଏଲ, ଆଇ୫+ ଓ ଆଇ୬ ଭାରିଆଂଟ ରହିଛି। ଏଥିରେ ୮୦ ଏଚପିର ବିଏସ୬ ମାନର ଇଞ୍ଜିନ ରହିଛି ଯାହା ଶ୍ରେଷ୍ଠ ଶକ୍ତି, ମାଇଲେଜ, ପେଲୋଡ ଓ ବଡି ଲମ୍ବ ଓ ଲୋଡିଂ ଅଂଚଳ ପ୍ରଦାନ କରୁଛି। ଫଳରେ ଗ୍ରାହକମାନେ ପ୍ରତି ଟ୍ରିପରେ ଅଧିକ ଲାଭ କରିପାରିବେ।
ଦୋସ୍ତ ଉତ୍ପାଦ ବର୍ଗମାଳାରେ ରହିଛି ଦୋସ୍ତ ଏକ୍ସଏଲ ଓ ଦୋସ୍ତ+ଏକ୍ସଏଲ୍ ଯାହା ବିବିଧ ବଜାର ଆବଶ୍ରକତା ପୂରଣ କରୁଛି। ପାର୍ଟନର ହେଉଛି ଏକ ଆଧୁନିକ ଓ ଇନ୍ଧନ ମିତବ୍ୟୟୀ ଲୋଡ କ୍ୟାରିୟର ଯାହା ୪ ଟନ ପେଲୋଡ କ୍ଷମତା ପୂରଣ କରୁଛି ଏବଂ ଏହା ୪ ଟାୟାର ଓ ୬ ଟାୟାର ବିକଳ୍ପରେ ଉପଲବ୍ଧ ହୋଇଚି। ଏଥିରେ ବିଶ୍ବସ୍ତରୀୟ ଜେଡଡି୩୦ ସିଆରଡିଆଇ ଇଞ୍ଜିନ ରହିଛି। ମିତ୍ର ବସକୁ ଉଭୟ ଷ୍ଟାଫ ବସ ଓ ସ୍କୁଲ ବସ ଭାବେ ବ୍ୟବହାର କରାଯାଉଛି। ତାହାର ମାଇଲେଜ ଭଲ ରହିଛି। ସବୁ ପ୍ରକାର ସୁରକ୍ଷା ନିୟମକୁ ପାଳନ କରି ଏହି ବସ ବିକାଶ କରାଯାଇଛି।

Share

Leave a Reply

Your email address will not be published. Required fields are marked *

1 × 4 =