କ୍ରୀଡା

ଆଜି ହାରିଲେ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିବ ଲକ୍ଷ୍ନୌ

ଚଳିତ ଆଇପିଏଲ୍‌ ୫୦ତମ ଲିଗ୍ ମୁକାବିଲାରେ ଆଜି ଏଲଏସଜି ନିଜ ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ(ଆରସିବି)କୁ ଭେଟିବ । ବେଙ୍ଗାଲୁରୁ ଆଜି ମ୍ୟାଚ ଜିତି ପ୍ଲେ-ଅଫ୍ ପାଇଁ ପଥ ପରିସ୍କାର କରିବ । ଲକ୍ଷ୍ନୌ ପରାଜିତ ହେଲେ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିବ ।

ବେଙ୍ଗାଲୁରୁ ୯ଟି ମ୍ୟାଚ ଖେଳି ୬ ବିଜୟ ସହ ମୋଟ୍ ୧୨ ପଏଣ୍ଟ ଅର୍ଜନ କରି ସାରିଛି । ଆଗକୁ ଦଳ ଆଉ ୫ଟି ଲିଗ୍ ମ୍ୟାଚ ଖେଳିବ । ଫଳରେ ଚାମ୍ପିଅନ୍ ଦଳ ପାଇଁ ପ୍ଲେ-ଅଫ୍ରେ ପ୍ରବେଶ କରିବା କଷ୍ଟକର ହେବ ନାହିଁ । ରିଷଭ ପନ୍ତଙ୍କ ଦଳର ଭାଗ୍ୟ ସୂତା ଖିଅରେ ଝୁଲୁଛି । ଲକ୍ଷ୍ନୌ ମଧ୍ୟ ଆଗକୁ ଶେଷ ୫ଟି ଯାକ ମ୍ୟାଚ ଜିତିଲେ ମୋଟ୍ ୧୪ ପଏଣ୍ଟ ଅର୍ଜନ କରିବ । ଗୋଟିଏ ପରାଜୟ ବିଦାୟ ରାସ୍ତା ଦେଖାଇବ । ତେଣୁ ଆଜି  ଲକ୍ଷ୍ନୌକୁ ସମସ୍ତ ଶକ୍ତି ଖଟାଇ ବିଜୟ ହାସଲ କରିବାକୁ ପଡ଼ିବ ।

ପନ୍ତ, ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ ଫର୍ମରେ ନଥିବାରୁ ଲକ୍ଷ୍ନୌ ପରାଜୟରୁ ମୁକୁଳି ପାରୁ ନାହିଁ । ତଥାପି ଆଜି ନୂଆ ଆଶା ନେଇ ଲକ୍ଷ୍ନୌ  ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳରେ ସେଭଳି ପରିବର୍ତ୍ତନ ସମ୍ଭାବନା ନାହିଁ । ବଡ଼ ଖେଳାଳିଙ୍କ ବ୍ୟାଟ୍ରୁ ମ୍ୟାଚ ବିଜୟୀ ଇନିଂସର ଆଶା ରଖିବ ଲକ୍ଷ୍ନୌ ।

ବେଙ୍ଗାଲୁରୁ ଦଳରେ ପରିବର୍ତ୍ତନ ହେବ ନାହିଁ । ଫିଲ ସଲ୍ଟ ଆହତ ହୋଇ ସ୍ୱଦେଶ ଫେରି ଯାଇଛନ୍ତି । ତେଣୁ ଜାକବ ବେଥେଲ ତାଙ୍କ ସ୍ଥାନରେ ଓପନ କରିବା ନିଶ୍ଚିତ । ଆସନ୍ତା କାଲି ଭୁବନେଶ୍ୱର କୁମାରଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି ଓ ୧୭ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ସେହିପରି ଲକ୍ଷ୍ନୌ ପେସ୍ ବୋଲର ମହସିନ ଖାନ ୩ଟି ମେଡେନ ଓଭର ବୋଲିଂ କରିସାରିଛନ୍ତି ।

ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବ । ନୂଆ ବଲ୍‌ରେ ପେସ ବୋଲର ଘାତକ ସାବ୍ୟସ୍ତ ହେବେ । ଏହି ପିଚ୍ରେ ହାରା ହାରି ସ୍କୋର ୧୬୦ ରହିଛି । ତେଣୁ ବିଶାଳ ସ୍କୋର ସମ୍ଭାବନା ନାହିଁ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ ।

Share

Leave a Reply

Your email address will not be published. Required fields are marked *

7 + ten =