କଂଗ୍ରେସ ଏକ୍ସପ୍ରେସର ଶୁଭାରମ୍ଭ 

 ଭୁବନେଶ୍ୱର () ଆଗମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୁରୁବାର ଠାରୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡିଶା କଂଗ୍ରେସ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବାଲେଶ୍ୱର ଠାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଏହି ବସ୍ ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ବାହାରିଥିଲା । ଏହି ଏକ୍ସପ୍ରେସ୍ ରାଜ୍ୟର ସମସ୍ତ ବ୍ଲକ୍ ରେ ବୁଲିବ । ଲୋକ ସମ୍ପର୍କ ଅଭିଯାନ ସହିତ ସଭ୍ୟ ସଂଗ୍ରହ କରାଯିବ ଏବଂ ଦଳର ପ୍ରଚାର ପ୍ରସାର କରିବ । ୩୧୪ ବ୍ଲକ୍ ର ୩୬ ହଜାର ବୁଥ୍ ରେ ଏହି ଅଭିଯାନ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି ।
ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ଦୁଃଖସୁଖ ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଅବଗତ ହେବା ଏବଂ ଦଳକୁ ସେମାନଙ୍କର ନିକଟତର କରାଇବା ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ଜନସମ୍ପର୍କ ଓ ଜାଗରଣ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ ଗତ ୧୮ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏବଂ ୪ବର୍ଷ ହେଲା କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ଦ୍ୱାରା ଜନସାଧାରଣ କିଭଳି ପ୍ରତାରିତ ହୋଇଛନ୍ତି, ତାହା କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତକରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏଆଇସିସି ସମ୍ପାଦନ ରୁଦ୍ରରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଦେବାଶିଷ ପଟ୍ଟନାୟକ ଏବଂ କଂଗ୍ରେସର ଏକ ଦଳ ବାଲେଶ୍ୱର ଜିଲ୍ଲା ଶେରଗଡ ଟୋଲ୍ ପ୍ଲାଜା ନିକଟରେ ପହଂଚିବା ପରେ ସେଠାରୁ ସେମାନଙ୍କୁ ବିଶାଳ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା । ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟମାନେ ବରୁଣସିଂହ, ନୂଆଗାଁ, ଶେରଗଡ, ବିରୁଆଁ, ନରହରିପୁର, କୁରଡା, ଖାନନଗର, ସରସ୍ୱତୀପୁର, ସୁତେଇ, କରଂଜିଆ ଆଦି ଗ୍ରାମପଂଚାୟତ ଗସ୍ତକରି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହିତ ସେମାନଙ୍କ ସହିତ ମତ ବିନିମୟ କରିଥିଲେ । ପରେ ଅପରାହ୍ଣରେ ରେମୁଣାଠାରେ ଆୟୋଜିତ ଏକ ସାଧାରଣ ସଭାରେ ନିରଞ୍ଜନ ଉଦବୋଧନ ଦେଇ ଦୀର୍ଘ ୧୮ ବର୍ଷରୁ ଅଧିକ କାଳ ହେଲା ଓଡ଼ିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳର କୁଶାସନ ଏବଂ ଦୁର୍ନୀତିର ତୀବ୍ର ସମାଲୋଚନା କରିଥିଲେ ।
Share

Leave a Reply

Your email address will not be published. Required fields are marked *

sixteen − 11 =