ବିଜେପି ଏଜେଣ୍ଡାରେ ନାହିଁ ସ୍ୱତନ୍ତ୍ର ରାଜ୍ୟ, ଦେଢ଼ଗୁଣା ଏମଏସ୍ପି ଓ ନିଯୁକ୍ତି

ଭୁବନେଶ୍ୱର () ରାଜ୍ୟର ମୂଳ ଦାବୀରୁ ଦୁରଗଲା ବିଜେପି । 2019 ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ଆଜି 9-ସୁତ୍ରୀ ସଂକଳ୍ପ ନେଇ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି । ହେଲେ ଏଥିରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସ୍ପି ଦେଢ଼ଗୁଣା ବୃଦ୍ଧି, ବର୍ଷକୁ ଦୁଇ କୋଟି ନିଯୁକ୍ତି ଓ ମହାନଦୀ ଜଳ ବିବାଦର ସମାଧାନ ନେଇ କୌଣସି ଶଙ୍କଳ୍ପ ନିଆଯାଇନି ।

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ 2000 ମସିହାରୁ ଦାବି ହେଉଛି । 2014 ନିର୍ବାଚନ ଇସ୍ତାହାରରେ ବିଜେପି ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲା । 5 ବର୍ଷ ପୁରିଲାଣି, ହେଲେ ପୁରାଣ ହୋଇପାରିଲାନି ପ୍ରତିଶ୍ରୁତି । ବୋଧହୁଏ ସେଇଥିପାଇଁ ଏଥର ଆଉ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ସପକ୍ଷରେ ନାହିଁ ଏହି ଜାତୀୟ ଦଳ ।

ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା କରିବାକୁ 2014ରେ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏଥର ଏମଏସ୍ପି ବୃଦ୍ଧି ପରିବର୍ତ୍ତେ ଇନପୁଟ ସବସିଡ଼ି ଦେଢ଼ଗୁଣା ଦେବାକୁ କୁହାଯାଇଛି । ଏଥିସହ ମହାନଦୀ ଜଳ ବିବାଦକୁ ନେଇ ଓଡିଶା ଓ ଛତିଶଗଡ଼ ମଧ୍ୟରେ ଗତ ତିନି ବର୍ଷ ହେଲା ଲଢେଇ ଚାଲିଥିବା ବେଳେ ଆଜି ପ୍ରକାଶ ପାଇଥିବା ଇସ୍ତାହାରରେ ଏହି ପ୍ରସଙ୍ଗକୁ ଏଡାଇଯାଇଛି ବିଜେପି ।

ନିଯୁକ୍ତିକୁ ନେଇ ତୁମ୍ଭିତୋଫାନ କରୁଥିବା ଦଳର ନିବଚନୀ ଇସ୍ତାହାରରେ ଏଥର ନିଶ୍ଚିତ ନିଯୁକ୍ତିକୁ ନେଇ କୌଣସି ସ୍ଥିର ପ୍ରତିଶ୍ରୁତି ନାହିଁ । ଦକ୍ଷତା ବିକାଶ ପାଣ୍ଠି ଗଠନ, ଆତ୍ମ ନିଯୁକ୍ତି ଓ ଉଦ୍ୟମିତା ବିକାଶ କଥା କୁହାଯାଇଥିଲେ ବି ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ନେଇ ନିଶ୍ଚିତ ଯୋଜନା ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 1 =