ତାମିଲନାଡୁରେ ବିଜୟ ଆଗରେ….
ଦଶନ୍ଧି ଧରି ଡିଏମକେ ଏବଂ AIADMKର ଅଭେଦ୍ୟ ନିୟନ୍ତ୍ରଣରେ ଥିବା ଦ୍ରାବିଡ ରାଜନୈତିକ ଦୁର୍ଗରେ ଟିଭିକେର ସୁନାମି ଦେଖିବାକୁ ମିଳିଛି । ତାମିଲନାଡୁରେ ଡିଏମକେ ଏବଂ ଏଆଇଏଡିଏମକେକୁ ପଛରେ ପକାଇ ୧୦୮ ଆସନରେ ଆଗେଇ ଚାଲିଛି ଟିଭିକେ । ଡିଏମକେ ୫୨, AIADMK ୭୪ ସିଟରେ ଲିଡ୍ କରୁଛି । ଟିଭିକେ ପ୍ରାରମ୍ଭିକ ଆଗ୍ରଣୀ ସହିତ ଇତିହାସ ସୃଷ୍ଟି କରିଛି । ଏହା କେବଳ ନିର୍ବାଚନୀ ବ୍ୟକ୍ତିତ୍ୱ ନୁହେଁ ବରଂ ବିଜୟ ତାହା କରିଛନ୍ତି ଯାହା ରଜନୀକାନ୍ତ ଏବଂ କମଲ ହାସନଙ୍କ ପରି ଷ୍ଟାର କରିପାରିନଥିଲେ । ଆଜି ତାମିଲନାଡୁ ଲୋକ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ପ୍ରକୃତ ‘ଥାଲାପତି’ ପାଇଛନ୍ତି । କେବଳ ପରଦାରେ ନୁହେଁ ବରେ ଏକ ବ୍ୟବସ୍ଥା ପରିବର୍ତ୍ତନକାରୀ ଶକ୍ତି । ଆସନ୍ତୁ ଜାଣିବା ବିଜୟ ଏପରି କଣ କରିଛନ୍ତି ଯାହା ତାଙ୍କୁ ରାଜନୀତିର ନୂଆ ‘ଥାଲାପତି’ କରିଛି ।
ମହାରଥୀଙ୍କ ବିଫଳତା: ରଜନୀକାନ୍ତି ଏବଂ କମଲ କେଉଁଠି ଭୁଲ୍ କଲେ ? ତାମିଲନାଡୁରେ ସିନେମା ଏବଂ ରାଜନୀତି ମଧ୍ୟରେ ସମ୍ପର୍କ ବହୁ ପୁରୁଣା । ଏମଜି ରାମଚନ୍ଦ୍ରନ (ଏମଜିଆର) ଏବଂ ଜେ ଜୟଲଳିତାଙ୍କ ଭଳି ତାରକାମାନେ ରାଜ୍ୟକୁ ଶାସନ କରିଥିଲେ । ସେହି ସଫଳତାକୁ ପୁନରାବୃତ୍ତି କରିବାକୁ ଆଶା କରି ବର୍ତ୍ତମାନ ଯୁଗରେ ଦୁଇଜଣ ବଡ଼ ତାରକା ରାଜନୀତି ଆଡକୁ ମୁହାଁଉଛି ।
ରନଜୀକାନ୍ତଙ୍କ ‘ଦ୍ୱନ୍ଦ’- ରଜନୀକାନ୍ତଙ୍କ ପାଖରେ ଦେବତାଙ୍କ ପରି ପ୍ରଶଂସକ ଅଛନ୍ତି । ସେ ୨୦୧୭ ମସିହାରେ ରାଜନୀତିରେ ପ୍ରବେଶ କରିବାକୁ ତାଙ୍କର ଅଭିପ୍ରାୟ ଘୋଷଣା କରିଥିଲେ କିନ୍ତୁ ବର୍ଷ ବର୍ଷ ଧରି କୌଣସି ଠୋସ୍ ପଦକ୍ଷେପ ନେଇ ନଥିଲେ । ଶେଷରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଓହରିଗଲେ । ଜନସାଧାରଣ ତାଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ବୁଝିଥିଲେ।

