ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ରାହୁଲ

ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି ରାହୁଲ ଗାନ୍ଧି । ରାଫେଲ ପ୍ରସଙ୍ଗରେ ଦେଇଥିବା ବୟାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା ପୂର୍ବକ ସେ ଏପରି ବୟାନ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ରାହୁଲ । ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ କହିଥିଲେ ଯେ, ଏବେ ସୁପ୍ରିମକୋର୍ଟ ବି ମାନି ନେଇଛନ୍ତି ଚୌକିଦାର ହିଁ ଚୋର । ରାହୁଲଙ୍କ ଏହି ବୟାନ ପରେ ବିଜେପି ସାଂସଦ ମିନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଆବେଦନ କରି ରାହୁଲଙ୍କ ବିରୋଧରେ କୋର୍ଟ ଅବମାନନା ଅଭିଯୋଗ କରିଥିଲେ ।ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ରାହୁଲଙ୍କୁ ନୋଟିସ କରିଥିଲେ ।ଏପ୍ରିଲ ୧୫ତାରିଖରେ କୋର୍ଟ ଏହି ମାମଲାର ଶୁଶାଣି କରି କହିଥିଲେ, ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କଠାରୁ ଜବାବ ମଗାଯିବ ।

ଆଜି ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରି ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

Share

Leave a Reply

Your email address will not be published. Required fields are marked *

nineteen − 18 =