ଡିଏମକେ ଉତ୍ତରାଧିକାରୀ ପଦକୁ ନେଇ ପାରିବାରିକ କଳହ

ତାମିଲନାଡୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ଦେହାନ୍ତର କିଛି ଦିନ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ, ତାକୁ ନେଇ ପାରିବାରିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । କରୁଣାନିଧିଙ୍କ ବଡ଼ ପୁଅ ଏମ୍ କେ ଆଜାଗିରି ଓ ସାନ ପୁଅ ଏମ୍ କେ ଷ୍ଟାଲିନ୍ ଙ୍କ ମଧ୍ୟରେ ଡିଏମକେ ସୁପ୍ରିମୋ ପଦକୁ ନେଇ ଟଣାଓଟରା ଲାଗିଛି । ଆଜାଗିରି କରୁଣାନିଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଏମିତି କିଛି କଥା କହିଛନ୍ତି, ଯାହା ତାମିଲନାଡ଼ୁ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ସେ କହିଛନ୍ତି ଡିଏମକେର ପ୍ରକୃତ କ୍ୟାଡର୍ ତଥା କରୁଣାନିଧିଙ୍କ ଅନୁଗାମୀମାନେ ମୋ ସହ ଅଛନ୍ତି । ସମସ୍ତେ ମୋତେ ସମର୍ଥନ କରନ୍ତି। ଆଜାଗିରିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୪ରେ ଡିଏମକେରୁ ନିଲମ୍ବନ କରାଯାଇଥିଲା । ସେବେଠାରୁ ସେ ଦଳର ରାଜନୀତିକ ବ୍ୟାପାରରୁ ଦୂରେଇ ରହୁଥିଲେ । କରୁଣାନିଧିଙ୍କ ଅସୁସ୍ଥତା ପରେ ଷ୍ଟାଲିନ୍ ଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଥିଲା । କରୁଣାନିଧିଙ୍କ ମୃତ୍ୟୁ ପରେ ଆଜାଗିରି ଦଳ ଉପରେ ନିଜର କର୍ତ୍ତୃତ୍ବ ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + five =