ୟୁକ୍ରେନରୁ ବାହାରିଲା ସ୍ୱତନ୍ତ୍ର ବିମାନ

ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ ଛାତ୍ର । ଏମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ୟୁକ୍ରେନରୁ ବାହାରିଛି ଭାରତ ପାଇଁ ସ୍ୱତନ୍ତ୍ର ବିମାନ । ଭାରତୀୟଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ସେପଟେ ରାଜଧାନୀ କିବରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନରେ ରୁଷିଆର ଆକ୍ରମଣ ପରେ ଡର ଓ ଭୟ ଭିତରେ ଦିନ କାଟୁଛନ୍ତି ଫସିଥିବା ଛାତ୍ରଛାତ୍ରୀମାନେ । ଲଗାତାର ବିସ୍ଫୋରଣ ଯୋଗୁଁ ମେଟ୍ରୋ ଷ୍ଟେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଭୟଭୀତ ଅବସ୍ଥାରେ ସେମାନେ ରହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − thirteen =