ଆଜିଠୁ ଭାରତର ପିଙ୍କ୍ ଯାତ୍ରା

କୋଲକାତା() ଭାରତୀୟ କ୍ରିକେଟ୍ ଟିମ୍ ଶେଷରେ ଗୋଲାପି ରଙ୍ଗରେ ରଙ୍ଗେଇ ହେବାକୁ ଯାଉଛି ଅର୍ଥାô ଶୁକ୍ରବାରଠାରୁ ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଅର୍ଥାତ ପିଙ୍କ୍ ବଲରେ ମ୍ୟାଚ୍ ଖେଳିବ । ଭାରତ ତାର ଐତିହାସିକ ମୁକାବିଲାରେ ପଡୋଶୀ ବାଂଲାଦେଶକୁ ଭେଟିବ । ତେବେ ଦେଖିବାକୁ ଗଲେ ଉଭୟ ଭାରତ ଓ ବାଂଲାଦେଶ ପାଇଁ ଏହା ଐତିହାସିକ କ୍ଷଣ ହେବୟ ବାଂଲାଦେଶ ମଧ୍ୟ ପ୍ରଥମଥର ପାଇଁ ଫ୍ଲଡଲାଇଟରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଷ୍ଟେଜ୍ ପ୍ରସ୍ତୁତ ହୋଇସାରିଛି, କେବଳ ଟସ୍ ପଡ଼ÿିବା ବାକି ରହିଲା । ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ୍ ହେବ । ଏହା ପୂର୍ବରୁ ଭାରତ ଇନେ୍ଦାର ଟେଷ୍ଟକୁ ଇନିଂସ୍ ଓ ୧୩୦ ରନରେ ଜିତି ୧-୦ରେ ଅ ।ଗୁଅ । ରହିଛି । ପିଙ୍କ୍ ବଲ୍ ଟେଷ୍ଟକୁ ଜିତି ଭାରତ ଅ ।ଉ ଏକ ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି ।

ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ବିସିସିଅ ।ଇ ଗୋଲାପି (ପିଙ୍କ୍) ବଲରେ ଏହି ଟେଷ୍ଟ କରାଇବାର ଅଦ୍ଭୁତ ନିଷ୍ପତ୍ତି ନେଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଅ ।ଇସିସି) ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ସାତବର୍ଷ ପୂର୍ବେ ଏହି ଟେଷ୍ଟକୁ ମଞ୍ଜୁରି ଦେଇଥିଲାୟ ଗାଙ୍ଗୁଲି ବହୁତ କମ୍ ଦିନ ମଧ୍ୟରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ମନାଇ ନେଇଥିଲେ । ଏପର୍ଯ୍ୟନ୍ତ ମୋଟ ୧୧ଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଛି ।

Share

Leave a Reply

Your email address will not be published. Required fields are marked *

two × two =