ଶିକ୍ଷାମନ୍ତ୍ରୀ ଭାବେ କାମ ଆରମ୍ଭ କଲେ ଧମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ନୂଆ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ନିର୍ଦେଶକଙ୍କ ସହ ନୂତନ ଜାତୀୟ ଶିକ୍ଷା ନୀତି ଉପରେ ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷାର ସୁଯୋଗ ପ୍ରଦାନ କରିବାର ସକ୍ଷମ ହେଉଥିବା ମଡେଲ୍ଗୁଡ଼ିକୁ ଆଗେଇ ଦେବାର ଆବଶ୍ୟକତା ରହିଛି। ଶିକ୍ଷାର ଉପଲବ୍ଧି, ସୁଲଭ ମୂଲ୍ୟରେ ଶିକ୍ଷା, ଶିକ୍ଷାରେ ସମାନତା ତଥା ଗୁଣାତ୍ମକ ଶିକ୍ଷା ଯୋଗାଇବା ଭଳି ମଡେଲ୍ଗୁଡ଼ିକର ମୂଳ ଲକ୍ଷ୍ୟ ହେବା ଉଚିତ୍।

କୋଭିଡ୍-୧୯ର ଆହ୍ବାନଗୁଡ଼ିକୁ ପୂରଣ କରିବା ଦିଗରେ ଶିକ୍ଷାନୁଷ୍ଠାନ ଦ୍ବାରା ହେଉଥିବା ଗବେଷଣା ଓ ବିକାଶ କାର‌୍ୟ୍ୟ ପ୍ରଶଂସନୀୟ। ଏଥିସହ ବୈଷୟିକ ସମାଧାନ ଦିଗରେ ଯୁବ ଇନୋଭେଟରଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।ଆଲୋଚନାରେ ଭାଗ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଉପରେ କାର‌୍ୟ୍ୟ କରିବା ତଥା ଗବେଷଣା ଓ ନୂତନତ୍ବକୁ ଉତ୍ସାହିତ କରିବା ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେବା ଗୌରବର ବିଷୟ। ୩୪ ବର୍ଷ ପରେ ଉପସ୍ଥାପିତ ନୂତନ ଶିକ୍ଷା ନୀତି ଦେଶରେ ନୂଆ ପିଢ଼ି ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ। ଶିକ୍ଷାର ଉପଲବ୍ଧି, ସମାନତା, ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଗଲେ ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସାଂସ୍କୃତିକ ବିକାଶ, ସାମାଜିକ ଏକତା, ନ୍ୟାୟ ଓ ଉତ୍କର୍ଷକୁ ବଢ଼ାଇବାରେ ସହାୟକ ହେବ।

ଏହି ଅବସରରେ ବୈଷୟିକ ଶିକ୍ଷାନୁଷ୍ଠାନ ଦ୍ବାରା ନିଆଯାଇଥିବା ଗବେଷଣା ଓ ବିକାଶ ପଦକ୍ଷେପ ସମ୍ପର୍କିତ ଏକ \’ଇ-ପୁସ୍ତକ\’ ଉନ୍ମୋଚିତ ହୋଇଛି। ବେଙ୍ଗାଲୁରୁ ଆଇଆଇଏସ୍ସି ନିର୍ଦେଶକ ପ୍ରଫେସର ଗୋବିନ୍ଦନ ରଙ୍ଗରାଜନ, ଆଇଆଇଟି ବମ୍ବେ ନିର୍ଦେଶକ ପ୍ରଫେସର ଶୁଭାଶିଷ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦେଶକ ଭାସ୍କର ରାମାମୂର୍ତ୍ତି, ଆଇଆଇଟି କାନପୁର ନିର୍ଦେଶକ ପ୍ରଫେସର ଅଭୟ କରନ୍ଦିକର ପ୍ରମୁଖ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ। ଏଥିସହ ଶହେ ଅନୁଷ୍ଠାନର ମୁଖ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ।

Share

Leave a Reply

Your email address will not be published. Required fields are marked *

eleven − eleven =