ଦିଲ୍ଲୀରେ ପୁଣି ଆପ ସରକାର, ମାଟି କାମୁଡିଲା ବିଜେପି

ନୂଆଦିଲ୍ଲୀ() ଦିଲ୍ଲୀରେ ପୁଣି ସରକାର ଗଢିବ ଆପ । ସରକାର ଗଢ଼ିବା ରାସ୍ତାରେ ଆଗକୁ ବଢ଼ୁଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ଆମ ଆଦମି ପାର୍ଟି ଅଗ୍ରଣୀ ସ୍ଥିତି ବଜାୟ ରଖିଛି । ଫଳାଫଳ ଆସିବା ପୂର୍ବରୁ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତିର ପ୍ରଥମ ଦେଢ଼ ଘଂଟାରେ ହିଁ ଚିତ୍ର ସଷ୍ଟ ହୋଇଯାଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମି ପାର୍ଟିକୁ ବହୁମତ ମିଳିସାରିଛି । କେବଳ ଘୋଷଣାକୁ ବାକି ।

ସୂଚନା ଅନୁସାରେ ମୋଟ ୭୦ଟି ଆସନରୁ ଆପ ୫୭ରେ ଓ ବିଜେପି ୧୩ ଟି ଆସନରେ ଆଗୁଆ ରହିଛି । ତେବେ ଗତଥର ଭଳି ଏଥରମଧ୍ୟ କଂଗ୍ରେସ ଖାତା ଖୋଲି ନପାରିବାର ଆଶଙ୍କା ରହିଛି । ସେପଟେଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଆପ୍ ସମର୍ଥକ ‘ଅଲ ଦ ବେଷ୍ଟ’ ଲେଖିଛନ୍ତି । ଦଳ ପକ୍ଷରୁ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି, କେବଳ ଫଳାଫଳକୁ ଅପେକ୍ଷା । ତୃତୀୟ ଥର ପାଇଁ କେଜ୍ରିୱାଲଙ୍କ ହାତକୁ ଯିବ ଦିଲ୍ଲୀ ।

Share

Leave a Reply

Your email address will not be published. Required fields are marked *

one × five =