କଂଗ୍ରେସ କହିଲା କେମିତି ସମ୍ଭାଳିବେ ଦେଶ

ନୂଆଦିଲ୍ଲୀ () ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜାତୀୟ ପତାକା ଉତ୍ତୋଳନ ସମୟରେ ଘଟିଛି ଅଘଟଣ  । ପାର୍ଟି କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡାଇବା ସମୟରେ କିଛି ଘଟଣା ଘଟିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତ୍ରିରଙ୍ଗା ଉଡାଇବା ପାଇଁ ଯେତେବେଳେ ଅମିତ ଶାହା ରଶି ଟାଣୁଥିଲେ, ସେତେବେଳେ ପତାକା ତଳକୁ ଖସି ଆସିଥିଲା । ଏହି ଘଟଣାରେ କଂଗ୍ରେସ ଏକ ଭିଡିଓ ଜାରି କରି ଅମିତ ଶାହାଙ୍କୁ ଟାର୍ଗେଟ କରିଛି  କହିଛି ଯିଏ ଦେଶର ପତାକାକୁ ସମ୍ଭାଳି ପାରୁନାହାଁନ୍ତି ସେ ଦେଶ କଣ ସମ୍ଭାଳିବେ। ଅମିତ ଶାହାଙ୍କ ଏହି ଭିଡିଓକୁ ଟ୍ବିଟ କରିଛି କଂଗ୍ରେସ। ଏହି ଟ୍ବିଟରେ କୁହାଯାଇଛି ଯେ, 50 ବର୍ଷ ଧରି ଜାତୀୟ ପତାକାର ତିରଷ୍କାର କରିନଥିଲେ ବୋଧହୁଏ ଭଳି ଘଟଣା ଘଟିନଥାନ୍ତା ।

Share

Leave a Reply

Your email address will not be published. Required fields are marked *

one × 3 =