ବର୍ମାଙ୍କ ଘର ଆଗରେ ସନ୍ଦିଗ୍ଧ ବ୍ୟକ୍ତି

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇଦେବା ପରେ ତାଙ୍କ ଘର ଆଗରୁ ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ଧରିନେଇଛନ୍ତି । ସେମାନେ ଶ୍ରୀବର୍ମାଙ୍କ ଘର ଆଗରେ ସନ୍ଦେହ ଜନକ ଭାବେ ବୁଲୁଥିବା ଦେଖାଯାଇଥିଲା । ବର୍ମାଙ୍କର ଦିଲ୍ଲୀସ୍ଥିତ ଘର ଆଗରେ ଏହି ସନ୍ଦିଗ୍ଧ ବ୍ୟକ୍ତିମାନେ ବହୁ ସମୟ ଧରି ଚକର କାଟୁଥିଲେ । ଦୀର୍ଘସମୟ ଧରି ସେମାନେ ସେଠାରେ ସନ୍ଦେହ ଜନକ ଭାବେ ବୁଲୁଥିବା ଓ ସେଠାରେ ହଙ୍ଗାମା ଚାଲୁଥିବା ଯୋଗୁଁ ସୁରକ୍ଷାକର୍ମୀ ମାନଙ୍କର ସନ୍ଦେହ ବଢିଥିଲା ଯାହା ଫଳରେ ସେମାନେ ଏହି ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିନେଇ ପୋଲିସ ଜିମା ଦେଇଥିଲେ । ପୋଲିସ ସେମାନଙ୍କୁ ପଚରା ଉଚରା କରିବା ସହିତ ସେମାନଙ୍କ ପାଖରୁ ଗୁଇନ୍ଦାବିଭାଗର ଆଇକାର୍ଡ ଜବତ କରିଥିଲେ । ପୋଲିସ ଏ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

4 + 19 =