ବେଦ ପ୍ରକାଶଙ୍କ ପରଲୋକ, ସ୍ଥଗିତ ହୋଇପାରେ ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର () ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଆଜି ପୂର୍ବାହ୍ନରେ ଦେହାନ୍ତ ହୋଇଛି । ସେ ବିଜେଡି ପ୍ରାର୍ଥୀ ଭାବେ ପାଟକୁରା ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିଲେ ।

ସେ 1974 ମସିହାରୁ ବିଧାୟକ ହୋଇଆସୁଛନ୍ତି । 1974ରେ ସେ କେନ୍ଦ୍ରାପଡା ବିଧାନସଭାରୁ ପ୍ରଥମେ ନିର୍ବାଚିତ ହୋଇଥିଲେ । 1977 ଓ 1990ରେ ସେ ପ୍ରଥମେ ଜନତା ପାର୍ଟି ଓ ପରେ ଜନତା ଦଳରୁ ସେହି କେନ୍ଦ୍ରାପଡା ଆସନରୁ ଜିତିଥିଲେ । ବିଜେଡି ଗଠନ ସମୟରେ ସେ ନବୀନ ପଟନାୟକଙ୍କ ନେତୃତ୍ୱରେ ନରହି ବିଜେପିରେ ଯୋଗଦେଇଥିଲେ । 2000ରେ ସେ ବିଜେପି ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ାରୁ ଲଢ଼ି ଜିତିଥିଲେ । 2004ରେ ନିର୍ବାଚନ ହରିଯାଇଥିଲେ । 2009ରେ ବିଜେଡି ବିଜେପି ମେଣ୍ଟ ଭାଙ୍ଗିବା ପରେ ସେ ବିଜେଡିରେ ଯୋଗଦେଇ ପାଟକୁରା ଆସନରୁ ଲଢ଼ିଥିଲେ । 2009 ଓ 20014ରେ ସେ ବିଜେଡି ପ୍ରାର୍ଥୀ ଭାବେ ପାଟକୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଦେବ ପ୍ରକାଶଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଜଣେ ଅନୁଭବୀ ଓ ଉଚ୍ଚକୋଟୀର ଲୋକ ପ୍ରତିନିଧି ଓ ପ୍ରଶାସକ ବୋଲି କହିଛନ୍ତି । ସେ ବିଜୁ ବାବୁଙ୍କ ଅତି ଘନିଷ୍ଠ ଥିଲେ ଏବଂ ଜନ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି । ସେ 1991ରେ ବିଜୁ ପଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ମନ୍ତ୍ରୀ ରହିଥିଲେ । ମେଣ୍ଟ ସରକାରରେ ସେ 2 ବର୍ଷ ପାଇଁ ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରହିଥିଲେ ।

ବେଦୁଙ୍କ ମୃତ୍ୟୁ ପରେ ପାଟକୁରାରେ ଆଉ ନିର୍ବାଚନ ହେବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

12 − 3 =