ଦେଶରେ ୪୪୬ କରୋନା ରୋଗୀ ମୃତ

ନୂଆଦିଲ୍ଲୀ: ଦେଶରେ ଶନିବାର ସଂଧ୍ୟା ସୁଦ୍ଧା ଦିନକ ମଧ୍ୟରେ ୧୨ ହଜାର ୮୩୦ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୪୨ ଲକ୍ଷ ୭୩ ହଜାର ୩୦୦କୁ ବୃଦ୍ଧି ପାଇଛି। ଏଥି ସହିତ ଦିନକ ମଧ୍ୟରେ ୧୪ ହଜାର ୬୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ କୋଟି ୩୬ ଲକ୍ଷ ୫୫ ହଜାର ୮୪୧ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଦେଶରେ ୧ ଲକ୍ଷ ୫୯ ହଜାର ୨୭୨ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଏବେ ଆରୋଗ୍ୟ ହାର ୯୮.୨୦% ରହିଛି । ଶନିବାର ସଂଧ୍ୟା ସୁଦ୍ଧା ୬୦ କୋଟି ୮୩ ଲକ୍ଷ ୧୯ ହଜାର ୯୧୫ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୧୧ ଲକ୍ଷ ୩୫ ହଜାର ୧୪୨ ନମୁନା ପରୀକ୍ଷା ହୋଇଛି। ଦିନକ ମଧ୍ୟରେ ଦେଶରେ ୪୪୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୮ ହଜାର ୧୮୬କୁ ବୃଦ୍ଧିପାଇଛି।

Share

Leave a Reply

Your email address will not be published. Required fields are marked *

seventeen + 2 =