୨୪ ଘଣ୍ଟାରେ ଦେଶରେ ୩୪ ହଜାର ୪୭୫ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ତୃତୀୟ ଲହରର ଆଶଙ୍କା ଜାରୀ ରହିଛି । ଇତି ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କେତେବେଳେ ବଢ଼ିବାରେ ଲାଗିଛି ତ କେତେବେଳେ କମିବାରେ ଲାଗିଛି ।
ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ହ୍ରାସ ଘଟିଛି । ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସର୍ବଶେଷ ତଥ୍ୟ ପ୍ରକାଶ ପାଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ୪୫୭ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟରେ, ୩୭୫ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୯୬୪କୁ ବୃଦ୍ଧି ହୋଇଛି । ଏହି ସମୟ ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ବର୍ତ୍ତମାନ ୩ ଲକ୍ଷ ୬୧ ହଜାର ୩୪୦ ଆକ୍ଟିଭ କେସ୍ ଥିବାବେଳେ ୩କୋଟି ୧୫ଲକ୍ଷ ୯୭ହଜାର ୯୮୨ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ସଂଖ୍ୟା ୧୫୧ ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।

Share

Leave a Reply

Your email address will not be published. Required fields are marked *

2 × 3 =