ବିଲ୍ଡିଂ ଭୁଶୁଡ଼ି ୧୨ ମୃତ, ଚାପି ହୋଇ ରହିଛନ୍ତି ୪୦ରୁ ଉଦ୍ଧ୍ୱର୍ ଲୋକ

ମୁମ୍ବାଇ()  ମୁମ୍ବାଇର ଡ଼ୁଙ୍ଗିରୀ ଅଞ୍ଚଳରେ କେଶରବାଇ ନାମକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଭିତରେ ଥିବା ୧୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକଙ୍କୁ ଭଙ୍ଗା କୋଠାରୁ ଉଦ୍ଧାର କରାଯାଇଛି। ଏହି କୋଠାରେ ୪୦ ଜଣ ଲୋକ ଫଶି ରହିଥିବା ନେଇ ସୂଚନା ମିଳିଛି। ଗୁରୁତର ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ବ୍ରିହନ୍ମମୁମ୍ବାଇ ମୁନିସିପାଲ କୋର୍ପେରେସନ (ବିଏମସି)ର ଲୋକ ସମ୍ପର୍କ ଅଧିକରୀ କହିଛନ୍ତି, ଉଦ୍ଧାର କାର୍ୟ୍ୟଜାରି ରହିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀଳ, ଏହି କୋଠା ଶହେ ବର୍ଷର କୋଠା ହେଲେ ଦେଖିଲେ ଲାଗୁ ନଥିଲା ଭୁଶୁଡ଼ି ପଡ଼ିବ। ବର୍ଷା କାରଣରୁ କୋଠା ଭୁଶୁଡ଼ି ପଡିଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

2 × 3 =