ଦିଲ୍ଲୀରେ ବଢୁଛି ମଙ୍କିପକ୍ସ ଭାଇରସ୍ ମାମଲା

ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ନାଇଜେରିଆ ମହିଳା ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଏହା ହେଉଛି ଦିଲ୍ଲୀରେ ୮ମ ଏବଂ ଦେଶରେ ୧୩ ତମ ମାମଲା । ସୂତ୍ରରୁ ପ୍ରକାଶ ଯେ ମହିଳାଙ୍କ ଚିକିତ୍ସା ପାଇଁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଏହି ଭାଇରସ୍ରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ଏବଂ ତାଙ୍କୁ ଦିଲ୍ଲୀର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗଷ୍ଟ ମାସରେ ଦିଲ୍ଲୀର ପାଞ୍ଚଟି ମାମଲା ମଧ୍ୟରୁ ତିନୋଟିରେ ହେଟେରୋ ସେକ୍ସୁଆଲ ସମ୍ପର୍କର ସନ୍ଧାନ ମିଳିଥିଲା । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଷ୍ଟଡିରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା । ଆରମ୍ଭରୁ ଷ୍ଟଡିରୁ ଜଣାପଡିଥିଲା ଯେ, ଦ୍ବିତିୟ, ତୃତୀୟ ଏବଂ ପଞ୍ଚମ ମାମଲାରେ ଲକ୍ଷଣ ଆରମ୍ଭର ୨୧ ଦିନ ଭିତରେ ହେଟେରୋ ସେକ୍ସୁଆଲ ସମ୍ପର୍କର ସନ୍ଧାନ ଖୁଲାସା ହୋଇଥିଲା । ଏଥି ସହ ଷ୍ଟିଡିରେ କୁହାଯାଇଥିଲା ଯେ, ପ୍ରଥମ ଏବଂ ଚତୁର୍ଥ ମାମଲାରେ କୌଣସି ଯୌନ ସମ୍ପର୍କ ନଥିଲା, ସେଥିମଧ୍ୟରୁ କୌଣସିଟି ମଧ୍ୟ ସମଲିଙ୍ଗୀ ସମ୍ପର୍କ ଦେଖାଇ ନଥିଲା । କେବଳ ଭାରତରେ ନୁହେଁ ବିଶ୍ବର ବିଭିନ୍ନ ଦେଶରେ ମଙ୍କି ପକ୍ସ ଦ୍ରୁତ ଗତିରେ ବଢୁଥିବା ବଢୁଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

nineteen + 18 =