ଶୋଇବା ପୂର୍ବରୁ ସ୍ନାନ କଲେ ଓଜନ କମେ

ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେବେ ରାତିରେ ସ୍ନାନ କରିବାର ଲାଭ ଜାଣନ୍ତୁ।

ଜ୍ବର ହୋଇଥିବା ସମୟରେ ଓ ଉଚ୍ଚ ରକ୍ତଚାପ ସମସ୍ୟା ଥିବା ଲୋକମାନଙ୍କ ପାଇଁ ରାତିରେ ସ୍ନାନ କରିବା ଲାଭଦାୟ ହୋଇଥାଏ। ଏଭଳି ସମସ୍ୟା ଥିବା ଲୋକମାନଙ୍କୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ୍ ଗରମ ପାଣିରେ ଗାଧୋଇ ଉଚିତ୍। ଏହା ଦ୍ବାରା ଶରୀରରୁ ଝାଳ ବାହାରିଥାଏ ଓ ଶରୀର ଥଣ୍ଡା ହୋଇଯାଏ।

ଦିନ ସାରା କାମ କରି ଥକି ଯାଇଥିଲେ ଓ ରାତିରେ ନିଦ ନଆସୁଥିଲେ ପାଣିରେ ତେଲ ମିଶାଇ ଥରେ ସ୍ନାନ କରିଲେ ଶରୀରକୁ ଆରାମ ମିଳିଥାଏ । ଫଳରେ ଏହି ପ୍ରକ୍ରିୟା ରାତିରେ ଭଲ ନିଦ ହେବାରେ ସାହାଯ୍ୟ କରେ।

ଶୋଇବା ପୂର୍ବରୁ ଥଣ୍ଡା ପାଣିରେ ଗାଧୋଇଲେ ଶରୀରର ରକ୍ତ ସଂଚାଳନ ବଢିଥାଏ ଯାହା ହାର୍ଟ ପାଇଁ ଲାଭଦାୟକ ହୋଇଥାଏ। ଏହା ସହ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢାଇବାରେ ସାହାଯ୍ୟ କରେ ଏହି ପ୍ରକ୍ରିୟା। ଶୋଇବା ପୂର୍ବରୁ ରାତିରେ ଉଷୁମ୍ ପାଣିରେ ସ୍ନାନ କରିଲେ ଶରୀରର ଓଜନ ମଧ୍ୟ କମିଥାଏ କାରଣ ଏହା ଅନେକ କ୍ୟାଲୋରୀ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ।

Share

Leave a Reply

Your email address will not be published. Required fields are marked *

twelve + 18 =