ମୋମୋ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ,ହୋଇପାରେ ଏହି ସବୁ ସମସ୍ୟା….

ଭୁବନେଶ୍ବର: ଷ୍ଟ୍ରିଟ୍ ଫୁଡ୍‌ ଖାଉଥିବା ଲୋକମାନେ ବେଶୀ ଗୁପଚୁପ୍, ମୋମୋ ଆଦି ଖାଇବାକୁ ପସନ୍ତ କରିଥାନ୍ତି । ବିଶେଷ କରି ମୋମୋ ନାଁ ଶୁଣିଲେ ସଭିଙ୍କ ପାଟିରେ ନିଶ୍ଚୟ ପାଣି ଆସିଯାଉଥିବ । ହେଲେ ଆପଣ ଜାଣନ୍ତି କି ମୋମୋ, ଗୁପଚୁପ୍ ଭଳି ଷ୍ଟ୍ରିଟ୍ ଫୁଡ୍ ଖାଇବା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ହୋଇଥାଏ । ରିସର୍ଚ୍ଚରୁ ଜଣାପଡିଛି ଯେ, ମୋମୋ ଆଦି ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ବାରା ଆପଣ ଲିଭର୍ ଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି ।

 

ରିସର୍ଚ୍ଚରୁ ଜଣାପଡିଛି ଯେ, ଷ୍ଟ୍ରିଟ୍ ଫୁଡ୍‌ରେ ମୋମୋ ସବୁଠୁ ଅଧିକ କ୍ଷତିକାରକ । ମୋମୋ ସହ ଏଥିରେ ଦିଆଯାଉଥିବା ରାଗ ଚଟ୍‌ଣୀ ଆମକୁ ଅସୁସ୍ଥ କରିଦେଇପାରେ । ମୋମୋ ଖାଇବା ଦ୍ବାରା ଶରୀର ମଧ୍ୟକୁ ଆବଶ୍ୟକତାରୁ ଅଧିକ ଦୂଷିତ ପାଣି ଏବଂ ଦୂଷିତ ଖାଦ୍ୟ ପଦାର୍ଥ ଯାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ରିସର୍ଚ୍ଚ ଦିଲ୍ଲୀରେ ବିକ୍ରି କରାଯାଉଥିବା ଷ୍ଟ୍ରିଟ୍ ଫୁଡକୁ ନେଇ କରାଯାଇଥିଲା ।

ମୋମୋ ପ୍ରସ୍ତୁତ କରିବା ପାଇଁ ମଇଦାର ବ୍ୟବହାର କରାଯାଇଥାଏ । ଏହାସହ ଏଥିରେ ଅନ୍ୟ କେତେକ କେମିକାଲ୍ସ ମଧ୍ୟ ବ୍ୟବହାର ହୋଇଥାଏ ।ମୋମୋରେ ମନୋସୋଡିୟମ୍ ଗ୍ଲୁଟାମେଟ ରହିଥାଏ । ଏହା ମନୁଷ୍ୟର ହାଡକୁ ଦୁର୍ବଳ କରିଦେଇଥାଏ । ଏହା ଦ୍ବାରା ସ୍ନାୟୁଗତ ସମସ୍ୟା ଓ ବୈଷମ୍ୟତା ମଧ୍ୟ ସୃଷ୍ଟି ହୋଇଥାଏ ।

ଏହାସହ ଏହାର ଚଟଣୀ ଏତେ ମାତ୍ରାରେ ରାଗ ହୋଇଥାଏ ଯେ ଅର୍ଶ ଭଳି ରୋଗ ମଧ୍ୟ ହୋଇପାରେ ।ଏଥିରେ ବେସିଲସ ସେରସ, କ୍ଲୋଷ୍ଟିଡିୟମ ପରଫ୍ରିଙ୍ଗେସ, ଷ୍ଟେଫିଲୋକୋକସ ଆରିୟସ ଏବଂ ସାଲ୍ମୋନେଲ ଭଳି ଜୀବାଣୁମାନ ରହିଥାନ୍ତି।ଏହି ସବୁ ଜୀବାଣୁ ମିଶି ମୋମୋ ଖାଉଥିବା ବ୍ୟକ୍ତିର ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାନ୍ତି।

ଷ୍ଟ୍ରିଟ୍ ଫୁଡ୍ ରେ ଅନେକ ସମୟରେ ଖରାପ୍ ବା ଦୂଷିତ ପାଣି ବ୍ୟବହାର କରାଯାଇଥାଏ । ଦୂଷିତ ପାଣି ଶରୀରକୁ ଯିବା ଫଳରେ ଟାଇଫଏଡ୍ ଭଳି ରୋଗ ହୋଇଥାଏ ।ଏହିଭଳି ଖାଦ୍ୟ ଖାଇବା ଦ୍ବାରା ମଳଦ୍ବାରରୁ ରକ୍ତ ପଡିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହା ବ୍ୟତୀତ ଫାଷ୍ଟ୍ ଫୁଡ୍ ଖାଇବା ଦ୍ବାରା ଜଣ୍ଡିସ୍, ଖାଦ୍ୟ ନଳୀରେ ସମସ୍ୟା ଭଳି କେତେକ ରୋଗ ମଧ୍ୟ ହୋଇପାରେ ।ତେଣୁ ଯଥା ସମ୍ଭବ ଫାଷ୍ଟ୍ ଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

Share

Leave a Reply

Your email address will not be published. Required fields are marked *

eighteen + 8 =