ଏହିସବୁ ସାଙ୍ଘାତିକ ସମସ୍ୟାରୁ ମୁକ୍ତି ଦେବ ମନ୍ଦାର ଫୁଲ

ଭୁବନେଶ୍ବର: ଲାଲ ରଙ୍ଗର ମନ୍ଦାର ଫୁଲ ଅତି ସୁନ୍ଦର ଦେଖାଯିବା ସହ ଘର ବାଡ଼ି ବଗିଚାର ଶୋଭା ବଢ଼ାଇଥାଏ । କିନ୍ତୁ ଏହି ଗଛର ଫୁଲ ଏବଂ ପତ୍ର ମଧ୍ୟ ଉପକାରୀ। ଏହାର ଫୁଲ ଏବଂ ପତ୍ର  ଦ୍ବାରା ମଧ୍ୟ ଅନେକ ରୋଗରୁ ଉପଶମ ମିଲିଥାଏ ।  ଏହାର ଗୁଣ ବିଷୟରେ ଲୋକମାନେ ଅଜ୍ଞ ଅଟନ୍ତି । ମନ୍ଦାର ଫୁଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ,ଲୈାହ,ଖଣିଜ ଗୁଣ ସମସ୍ତ ରେଗରୁ ଉପଶମ ପାଇବା ପାଇଁ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ଥାଏ। ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲର ଉପକାରୀତା ବିଷୟରେ…

ମନ୍ଦାର ଫୁଲର ଚେରକୁ ଚୋବାଇବା ଦ୍ବାରା ପାଟିରେ ହୋଇଥିବା ଘା ମଧ୍ୟ ଭଲ ହୋଇଯାଇଥାଏ। ଏହାକୁ ଧବଳଛଉ ରୋଗ ପାଇଁ ମଧ୍ୟ ପ୍ରୟୋଗ କରାଯାଇପାରେ। ମନ୍ଦାର ଫୁଲର ସର୍ବତ ହୃଦୟ ଏବଂ ମସ୍ତିଷ୍କକୁ ଶକ୍ତି ପ୍ରଦାନ କରିଥାଏ। ଏହାର ସର୍ବତ ପ୍ରତିଦିନ ପାନ କରିବା ଦ୍ବାରା ଶରୀର ଥଣ୍ଡା ହୋଇଥାଏ ଏବଂ ଜ୍ବର,ପ୍ରଦର,ନାକରୁ ରକ୍ତ ବୋହିବା,ମୁଣ୍ଡବ୍ୟଥା,ଯାଦୁ ଆଦି ରୋଗକୁ ନାଶ କରିଥାଏ।

ଉଚ୍ଚ ରକ୍ତଚାପକୁ ଠିକ୍ କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ। ଏହା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ସି ଏବଂ ଖଣିଜ ଦ୍ରବ୍ୟଗୁଣ ପ୍ରଚୁର ପରିମାଣରେ ରହିଥାଏ। ଏହା ଚୁଟି ଉପୁଡ଼ୁଥିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ପ୍ରାକୃତିକ ଉପାୟରେ ମଧ୍ୟ ତେଲ ପ୍ରସ୍ତୁତ କରାଯାଇଥାଏ ଯାହାକୁ ବାଳରେ ଲଗାଇବାଦ୍ବାରା ବାଳ ଘନ ଏବଂ ମୁଲାୟମ ହୋଇଥାଏ। ଏହା ବାଳକୁ ରାସାୟନିକ ପ୍ରଭାବରୁ ବଞ୍ଚାଇଥାଏ।

ଏହା ଦ୍ବାରା କୋଲେଷ୍ଟ୍ରୋଲ,ମଧୁମେହ,ଉଚ୍ଚ ରକ୍ତଚାପ,ଗଳା ସଂକ୍ରମଣ ଭଳି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ମନ୍ଦାର ଫୁଲକୁ ବାଟି ବାଳରେ ଲଗାଇବା ଦ୍ବାରା ବାଳର ରଙ୍ଗ ସୁନ୍ଦର ହୋଇଥାଏ। ଏହାର ଚା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ମନ୍ଦାର ଫୁଲର ଚା ଥଣ୍ଡା,ଜ୍ବର ଉପଶମ କରିବାରେ ଲାଭଦାୟକ ହୋଇଥାଏ। ଆର୍ୟୁବେଦିକ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଏହି ଫୁଲର ଚା ଏବଂ ସର୍ବତ ପିଇବା ଫଳରେ ତ୍ବଚା ସମ୍ବନ୍ଧୀୟ ରୋଗରୁ ଉପଶମ ମିଳିଥାଏ। ଏହା ଦ୍ବାରା ଚର୍ମ କୁଞ୍ଚନ ହୋଇନଥାଏ। ଏହା ତ୍ବଚାର ଚମକକୁ ପୁଣିଥରେ ଆଣିବାକୁ ଚେଷ୍ଟା କରିଥାଏ। ଶରୀରର ଘା କୁ ଭଲ କରିବା ପାଇଁ ଏହା ଲାଭଦାୟକ ହୋଇଥାଏ।

 

 

Share

Leave a Reply

Your email address will not be published. Required fields are marked *

two + 20 =