ଆଇସିୟୁରେ ସୋନୁ ନିଗମ୍ , କାରଣ ଜାଣନ୍ତୁ…

ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଆଜି ଅସୁସ୍ଥ ହୋଇ ପଡ଼ିଛନ୍ତି। ଖାଦ୍ୟ ବିଷାକ୍ତଜନିତ କାରଣରୁ ସେ ଅସୁସ୍ଥ ହେବା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି। ଡାକ୍ତରଙ୍କ କହିବାନୁସାରେ ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ । ତେବେ ହସ୍ପିଟାଲରେ ଭର୍ତି ହୋଇଥିବା ବେଳର ଏକାଧିକ ଫଟୋକୁ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଓଡ଼ିଶାର ଜୟପୁରରେ ଗତକାଲି ସେ କନସର୍ଟ ସାରି ମୁମ୍ବାଇ ଫେରିବା ପରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ସାମୁଦ୍ରିକ ଖାଦ୍ୟ ଖାଇବା ଦ୍ୱାରା ତାଙ୍କର ଏଭଳି ଅବସ୍ଥା ହୋଇଛି। ଟ୍ରାକିଆ ଫୁଲିଯିବା କାରଣରୁ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।
ସୋନୁ ନିଗମ ଏଥିପାଇଁ ୨ ଟି ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ତାଙ୍କର ଗୋଟିଏ ଆଖି ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇଛି । ଅନ୍ୟ ଏକ ଫଟୋରେ ସେ ଅକ୍ସିଜେନ୍ ମାକ୍ସ ଲଗାଇ ଡାକ୍ତରଖାନା ବେଡରେ ଶୋଇ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 9 =