ଘରକୁ ଫେରିଲେ ଶବାନା

ମୁମ୍ବାଇ() ସୁସ୍ଥ ହୋଇ ଘରକୁ ଫେରିଲେ ଶବାନା ଆଜମୀ । ଗତକାଲି ତାଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି। ଟ୍ୱିଟ୍ କରି ସେ ଘରକୁ ଫେରିଥିବା ସୂଚନା ଦେଇଛନ୍ତି। ଏଥିରେ ସେ ତାଙ୍କର ଏକ ଫଟୋ ପୋଷ୍ଟ କରିବା ସହିତ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିବା ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୧୮ ତାରିଖରେ ମୁମ୍ବାଇ-ପୁନେ ଏକ୍ସପ୍ରେସ୍-ୱେରେ ଶବାନାଙ୍କ କାର୍ ଏକ ମିନି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଶବାନାଙ୍କ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ମିନି ଟ୍ରକ୍ର ଡ୍ରାଇଭର ଅଭିଯୋଗ କରି ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ। ଏହି ଦୁର୍ଘଟଣାରେ ଶବାନାଙ୍କ ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଥିଲା।

Share

Leave a Reply

Your email address will not be published. Required fields are marked *

6 − four =