ଅନ୍ୟ ଯାତ୍ରା ପାର୍ଟିର ଅଶ୍ଲୀଳ ନୃତ୍ୟକୁ କାହିଁକି ପ୍ରଶ୍ରୟ ଦିଆଯାଉଛି

ଭୁବନେଶ୍ୱର () ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ରାନୀ ପଣ୍ଡାଙ୍କ ସମେତ ସଚ୍ଚିଦାନନ୍ଦ ଯାତ୍ରା ପାର୍ଟିକୁ ବିଏମ୍ସି ବ୍ୟାନ୍ କରିଛି। ସେଥିପାଇଁ ରବିବାରରେ ରାନୀ ପ୍ରେସମିଟ୍ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ରାନୀ କହିଛନ୍ତି ଯେ ଅଶ୍ଲୀଳ ନୃତ୍ୟ ପାଇଁ ତାଙ୍କୁ ଯଦି ଖଣ୍ଡଗିରି ମନା ହେଲା ତେବେ ଅନ୍ୟ ଯାତ୍ରାର ପାର୍ଟିର ଅଶ୍ଲୀଳ ନୃତ୍ୟକୁ କାହିଁକି ପ୍ରଶ୍ରୟ ଦିଆଯାଉଛି। ଖଣ୍ଡଗିରିରେ ରାନୀଙ୍କ କ୍ରେଜ ନାହିଁ। ହେଲେ ଯାଜପୁର ଚଣ୍ଡିଖୋଲରେ ରାନୀ ନିଜର ଦମଦାର ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି।

ରାନୀଙ୍କର ଏକା ଜିଦ୍ ତାଙ୍କୁ ଗୋଟିଏ ରାତି ଦିଆଯାଉ। ଖଣ୍ଡଗିରିରେ ଯାତ୍ରା ପରିବେଷଣ କରିବା ପାଇଁ ସଚ୍ଚିଦାନନ୍ଦ ପାର୍ଟି ଏବଂ ତାଙ୍କୁ ଗୋଟିଏ ରାତି ଦିଆଯାଉ ବୋଲି ବିଏମସି ଓ ପ୍ରଶାସନକୁ ରାନୀ ଅନୁରୋଧ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

two − 1 =