ମେଡିକାଲରୁ ଡିସଚାର୍ଜ ହେବେ ଦିଲ୍ଲୀପ କୁମାର

ମୁମ୍ବାଇ: ୨ରୁ ୩ଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ ହେବେ ବଲିଉଡର ଜଣାଶୁଣା ଅଭିନେତା ଦିଲ୍ଲୀପ କୁମାର । ଆଜି ଏନେଇ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ସାଏରାବାନୁ । ତେବେ ତାଙ୍କୁ ନେଇ କୌଣସି ଗୁଜବ ପ୍ରଚାର ନକରିବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି, ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ନିଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିଥିଲେ । ଗତକାଲି ତାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ମେଡିକାଲରେ ଭର୍ତି କରାଯାଇଥିଲା । ସେ ମେଡିକାଲରେ ଭର୍ତି ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ତାଙ୍କର ପ୍ରଶଂସକମାନେ ।

Share

Leave a Reply

Your email address will not be published. Required fields are marked *

8 + six =