ଜୁହି ଚାୱାଲାଙ୍କୁ ଝଟକା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱାଲାଙ୍କୁ ଝଟକା । ଦିଲ୍ଲୀ ହାଇକୋର୍ଟ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫ଜି ନେଟୱାର୍କିଂ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ଅଭିଯୋଗକାରୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ଏହାପୂର୍ବରୁ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଜେ.ଆର. ମିଡାଙ୍କ ଏକ ବେଞ୍ଚ ଜୁନ୍ ୨ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ସୂଚନା ଥାଉ କି ଯେ ଦେଶରେ ୫ଜି ବେତାର ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ-ପରିବେଶବିତ୍ ଜୁହି ଚାୱଲା ମାମଲା ରୁଜୁ କରିଥିଲେ ଜ୍ଝ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇ ନାଗରିକ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ୫ଜି ବେତାର ନେଟୱାର୍କର ବିକିରଣ ଖରାପ ପ୍ରଭାବ ପକାଇବ ବୋଲି ଦର୍ଶାଇ ମାମଲା ରୁଜୁ କରିଥିଲେ ଜୁହି ଚାୱଲା ।

Share

Leave a Reply

Your email address will not be published. Required fields are marked *

8 + fourteen =