ମନୋରଞ୍ଜନ

ହନୁମାନ ଫେମ୍ ତଥା ସାଉଥ୍ ଅଭିନେତା ତେଜା ସଜ୍ଜା ନିର୍ବନ୍ଧ

ହନୁମାନ ଫେମ୍ ତଥା ସାଉଥ୍ ଅଭିନେତା ତେଜା ସଜ୍ଜା ନିର୍ବନ୍ଧ କରିଛନ୍ତି । ତେଜା ସଜ୍ଜା ନିର୍ବନ୍ଧ କରିଥିବା ନେଇ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେଉଛି । ନଭେମ୍ବର ୧୬, ୨୦୨୬ରେ ହାଇଦ୍ରାବାଦରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଛି । ଏହି ଉତ୍ସବରେ ମେଗାଷ୍ଟାର ଚିରଞ୍ଜୀବୀ, ରବି ତେଜା ଏବଂ ନାନିଙ୍କ ଭଳି ଅଭିନେତା ଉତ୍ସବରେ ପହଞ୍ଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ତେଜା ସଜ୍ଜାଙ୍କ ଭାବି ପତ୍ନୀଙ୍କ ନାମ ମୌର୍ଯ୍ୟା । ସେ ହାଇଦ୍ରାବାଦର ବାସିନ୍ଦା ହୋଇଥିବା ବେଳେ ତାଙ୍କର ଲାଳନପାଳନ ଆମେରିକାରେ ହୋଇଛି । ସେ ଜଣେ ସଫ୍ଟୱେର ଇଞ୍ଜିନିୟର । ଆମେରିକାରେ ନିଜ ବାପାଙ୍କ ସହ ଟେକ୍ନୋଲୋଜି ବ୍ୟବସାୟରେ ମଧ୍ୟ ଜଡ଼ିତ ରହିଛନ୍ତି ।

ମୌର୍ଯ୍ୟାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରି ସହ କୌଣସି ସମ୍ପର୍କ ନାହିଁ । ସେ ସର୍ବଦା ଲାଇମଲାଇଟ୍ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ତେବେ ଉଭୟଙ୍କ ପରିବାରର ସହମତିରେ ଏହି ବିବାହ ସ୍ଥିର ହୋଇଛି । ତେଜା ସଜ୍ଜା ଏବଂ ମୌର୍ଯ୍ୟା ଆସନ୍ତା ଡିସେମ୍ବର ୨୦୨୬ରେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜସ୍ଥାନର ଉଦୟପୁରରେ ଏକ ଘରୋଇ ଡେଷ୍ଟିନେସନ୍ ୱେଡିଂ ଆୟୋଜନ ହେବାର ସମ୍ଭାବନା ରହିଛି । ତେବେ ବିବାହର ତାରିଖ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନାହିଁ ।

ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ । ଏହାପରେ ହାଇଦ୍ରାବାଦରେ ଫିଲ୍ମ ଇଣ୍ଡଷ୍ଟ୍ରିର ବନ୍ଧୁ ଓ ସମ୍ପର୍କୀୟଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟି ଆୟୋଜନ କରାଯାଇପାରେ । ତେବେ ତେଜା ସଜ୍ଜାଙ୍କ ତରଫରୁ କୌଣସି ଅଫିସିଆଲ ସୂଚନା ମିଳିନାହିଁ ।

Share

Leave a Reply

Your email address will not be published. Required fields are marked *

five + 6 =