ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଶ୍ରୀ ତରୁଣ ଶର୍ମାଙ୍କୁ ମାର୍କେଟିଂ ଓ ବ୍ରାଣ୍ଡିଂ ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ସଂସ୍ଥା ପକ୍ଷରୁ ଶ୍ରୀ ତରୁଣ ଶର୍ମାଙ୍କୁ ମାର୍କେଟିଂ ଓ ବ୍ରାଣ୍ଡିଂ ସଭାପତି ଭାବେ ନିଯୁକ୍ତ କରାଯାଇଛି । ମାର୍କେଟିଂ କ୍ଷେତ୍ରର ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ଥିବା ବେଳେ ମାର୍କେଟିଂ କ୍ଷେତ୍ରରେ ଅତୁଳନୀୟ ସଫଳତା ହାସଲ କରିବା ଲାଗି କଂପାନି ପାଇଁ ଶ୍ରୀ ତରୁଣ ମାର୍କେଟିଂ ଯୋଜନା ରଣନୀତି ପ୍ରସ୍ତୁତ କରି ତାହାର ନେତୃତ୍ୱ ନେବେ ।
ସେଲ୍‌ସ ଓ ମାର୍କେଟିଂ କ୍ଷେତ୍ରରେ ତାଙ୍କର ୨୦ ବର୍ଷର ଅଭିଜ୍ଞତା ରହିଛି । ଟେଲିକମ୍ ଓ ପ୍ରଯୁକ୍ତି କଂପାନିରେ ଡିଜିଟାଲ୍‌, ବି୨ବି ମାର୍କେଟିଂ, ସେଲ୍‌ସ ଓ ଗ୍ରାହକ ଅନୁଭୂତି ଯୋଜନା ମୂତୟନ କରିବା କ୍ଷେତ୍ରରେ ତାଙ୍କର ବହୁ ବର୍ଷର ଅଭିଜ୍ଞତା ରହିଛି । ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ରେ ସେ ଏଟଂରପ୍ରାଇଜ୍ ବିଜନେସ୍‌ର ଷ୍ଟ୍ରାଟେଜିକ୍ ମାର୍କେଟିଂ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଗୁରୁତ୍ୱପୂର୍ଣ୍ଣ ମାର୍କେଟିଂ, ଉତ୍ପାଦ ମାର୍କେଟିଂ, ଗ୍ରାହକ ସଂଗ୍ରହ, କର୍ପୋରେଟ୍ ସେଲ୍‌ସ, ବି୨ସିି ଓ ବି୨ବି କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାରେ ତାଙ୍କର ବିଶେଷତା ରହିଛି । ସେ ରିଲାଏନ୍ସ କମ୍ୟୁନିକେସନ୍ସ ଓ ଭାରତୀ ଏୟାରଟେଲ୍ ଲିମିଟେଡ୍‌ରେ ମଧ୍ୟ କାର୍ଯ୍ୟ କରିଥିଲେ । ଶ୍ରୀ ତରୁଣ ଶର୍ମା ଆଇଆଇଏ୍ ଲକ୍ଷ୍ନୌରେ ପାଠପଢ଼ିଛନ୍ତି ।
ତାଙ୍କ ନିଯୁକ୍ତି ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭସେନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ୱାର୍ଡୱିଜାର୍ଡ ପରିବାରକୁ ଶ୍ରୀ ତରୁଣ ଶର୍ମାଙ୍କୁ ସ୍ୱାଗତ କରି ଆମେ ଗର୍ବିତ । ସେଲ୍‌ସ ଓ ମାର୍କେଟିଂ କ୍ଷେତ୍ରରେ ତାଙ୍କ ଅଭିଜ୍ଞତା କଂପାନିର ଲକ୍ଷ୍ୟ ଓ ମୂଲ୍ୟବୋଧ ସହ ବେଶ ଖାପଖାଉଛି । ନେତୃତ୍ୱ ଟିମ୍‌ରେ ଏକ ମୂଲ୍ୟବାନ ଯୋଗଦାନ ଭାବେ ଆମ ଅଭିବୃଦ୍ଧି ଯୋଜନାକୁ ଆଗକୁ ବଢ଼ାଇବାରେ ତରୁଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ତାଙ୍କ ମୂଲ୍ୟବାନ ଯୋଗଦାନ ଜରିଆରେ ଗ୍ରାହକ ଅନୁଭୂତିକୁ ବଢ଼ାଇବା ଏବଂ ଅତୁଳନୀୟ ମୂଲ୍ୟ ପ୍ରଦାନ କରିବାକୁ ଆମେ ଅପେକ୍ଷା କରିଛୁ । ତରୁଣଙ୍କ ବିଶେଷତା ସହିତ ଆମର ବିଶ୍ୱାସ ରହିଛି ଯେ ଇଲେକ୍ଟ୍ରିକ୍ ଯାନ ଶିଳ୍ପରେ ବିପ୍ଳବ ଆଣିବ ଏବଂ ଏକ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଆମ ଲକ୍ଷ୍ୟକୁ ଆଗକୁ ବଢ଼ାଇପାରିବୁ ।’’
ୱାର୍ଡୱିଜାର୍ଡ ଇନୋଭସେନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ସଭାପତି-ମାର୍କେଟିଂ ଆଣ୍ଡ୍ ବ୍ରାଣ୍ଡିଂ ଶ୍ରୀ ତରୁଣ ଶର୍ମା କହିଛନ୍ତି ଯେ, “ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡର ଅଂଶ ହେବା ମୋ ପାଇଁ ବେଶ କୃତଜ୍ଞତାର ବିଷୟ । କଂପାନିର ଉଲ୍ଲେଖନୀୟ ଅଭିବୃଦ୍ଧି ଯାତ୍ରା ପ୍ରତି ଯୋଗଦାନ କରିବା ପାଇଁ ବହୁ ସୁଯୋଗ ଓ ଦାୟିତ୍ୱର ଭୂମିକାକୁ ମୁଁ ଅପେକ୍ଷା କରିଛି । ପ୍ରତିଭାବାନ ବ୍ୟକ୍ତିଙ୍କ ଟିମ୍ ସହିତ ବ୍ରାଣ୍ଡ୍‌କୁ ନୂତନ ଶିଖରରେ ପହଂଚାଇବା ଯାତ୍ରାକୁ ମୁଁ ଅପେକ୍ଷା କରିଛି । ଇଭି ଶିଳ୍ପରେ ବିପୁଳ ସୁଯୋଗ ରହିଛି ଏବଂ ବଜାରରେ ଆମ ଉପସ୍ଥିତିକୁ ସୁଦୃଢ଼ କରିବା, ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଏବଂ ଦୀର୍ଘସ୍ଥାୟୀ ଗମନାଗମନ ସମାଧାନ ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବା ପାଇଁ ଆମେ ସଠିକ୍ ଦିଗରେ ଅଗ୍ରସର ହେଉଛୁ । ୨୦୩୦ ସୁଦ୍ଧାର ଭାରତକୁ ଇଲେକ୍ଟ୍ରିକ୍ ଯାନର ଏକ ଦେଶରେ ପରିଣତ କରିବାର ବୃହତ ଲକ୍ଷ୍ୟ ପ୍ରତି ଯୋଗଦାନ କରି ନୂଆ ଯାତ୍ରା ଆରମ୍ଭ କରିବାକୁ ମୁଁ ଉତ୍ସାହିତ ରହିଛି ।’’

Share

Leave a Reply

Your email address will not be published. Required fields are marked *

one × two =