ୱିର ୯୯ ଟଙ୍କିଆ ପ୍ୟାକ୍ ଡିଜିଟାଲ୍ ଇଣ୍ଡିଆ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବ

ଭୁବନେଶ୍ୱର: ଡିଜିଟାଲ୍ ଇଣ୍ଡିଆ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ସମାଜର ଦୁର୍ବଳ ସ୍ତରର ଲୋକମାନଙ୍କ ପାଖରେ ପହଂଚିବା ନିମନ୍ତେ ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର୍ ୱି ପକ୍ଷରୁ ସାରା ଦେଶର ବ୍ୟବହାରକାରୀମାନଙ୍କ ପାଇଁ ୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ଏଭଳି ମୂଲ୍ୟରେ ସର୍ବଭାରତୀୟ ସ୍ତରରେ ଗ୍ରାହକମାନଙ୍କୁ ଉଭୟ ଭଏସ୍ ଓ ଡାଟା ସେବା ପ୍ରଦାନ କରିବାର ଏକମାତ୍ର କଂପାନି ହେଉଛି ୱି ।
ଏହି ରିଚାର୍ଜ ପ୍ଲାନ୍ ଜରିଆରେ ଓଡ଼ିଶା ସର୍କଲ୍‌ର ତଳ ଆଡ଼କୁ ଥିବା ଲୋକମାନେ ଯୋଗାଯୋଗରେ ରହିପାରିବେ । ୱିର ୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍‌ରେ ଫୁଲ୍ ଟକ୍‌ଟାଇମ୍ ସହିତ ୨୦୦ ଏମ୍‌ବି ଡାଟା ମିଳୁଛି । ଏହାର ବୈଧତା ହେଉଛି ୨୮ ଦିନ ।
ଭୋଡାଫୋନ୍ ଆଇଡିଆର କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ସୁକାନ୍ତ ଦାସ କହିଛନ୍ତି ଯେ, “ ଗ୍ରାହକମାନଙ୍କ ସୁଲଭ ଆବଶ୍ୟକତାକୁ ପୂରଣ କରି ସବୁଠୁ ଆକର୍ଷଣୀୟ ମୂଲ୍ୟରେ ଶ୍ରେଷ୍ଠ ମାନର ମୋବାଇଲ୍ ସେବା ପ୍ରଦାନ କରିବାକୁ ୱି ଜାରି ରଖିଛି । ମାତ୍ର ୯୯ ଟଙ୍କାରେ ହାଇ ସ୍ପିଡ୍ ୱି ନେଟ୍‌ୱର୍କରେ ଯୋଡ଼ି ହେବା ଲାଗି ମୋବାଇଲ୍ ଗ୍ରାହକ ଓ ଅଣ ଗ୍ରାହକମାନଙ୍କୁ ସ୍ୱାଗତ କରୁଛୁ ଏବଂ ଡିଜିଟାଲ ଯୁଗରେ ମୋବାଇଲ୍ ସଂଯୋଗକୁ ଉପଭୋଗ କରିବା ଜାରି ରଖନ୍ତୁ । ଏହା ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ସହି ଡିଜିଟାଲ୍ ବିପ୍ଳବରେ ସାମିଲ ହେବା ଲାଗି ଅଧିକ ଲୋକଙ୍କୁ ସକ୍ଷମ କରିବ ।’’
ଗ୍ରାମୀଣ ପ୍ରିପେଡ୍ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ୱି ପକ୍ଷରୁ ନୂଆ ଫର୍ମାଟ୍‌ର ୱି ସପ୍ ଖୋଲାଯାଇଛି । ଏଥିରେ ଗ୍ରାମୀଣ ଭାରତର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଓ ଦକ୍ଷତା, ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଓ ଇଂରାଜି ଭାଷା ଦକ୍ଷତା ଆଦି ସେବା ପ୍ରଦାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

eighteen − fourteen =