ବେଦାନ୍ତ ଷ୍ଟକ ମୂଲ୍ୟ ୫୨ ସପ୍ତାହର ସର୍ବୋଚ୍ଚ ସ୍ତରରେ, ୩୦୦ ଟଙ୍କା ଟପିଲା

ଭୁବନେଶ୍ୱର: ପ୍ରସ୍ତାବିତ ବ୍ୟବସାୟ ପୃଥକୀକରଣ, ବିଶ୍ୱସ୍ତରରେ ଧାତବ ପଦାର୍ଥ ମୂଲ୍ୟରେ ବୃଦ୍ଧି ଆଦି ପାଇଁ ଏପ୍ରିଲ ୨ରେ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ (ଏନଏସଇ)ରେ କାରବାର ସମୟରେ ବେଦାନ୍ତର ସେୟାର ମୂଲ୍ୟ ୫୨ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଂଚି ୩୦୧ ଟଙ୍କା ୯୫ ପଇସା ହୋଇଛି । ୨୦୨୪ ମାର୍ଚ୍ଚ ୨୬ ପରଠାରୁ ବେଦାନ୍ତ ସେୟାର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏପ୍ରିଲ ୨ରେ ୪.୫%ର ବୃଦ୍ଧି ସହ ୩୦୦.୮୫ ଟଙ୍କାରେ ବନ୍ଦ ହୋଇଛି ।
ବିଭିନ୍ନ କାରଣ ଲାଗି ବିଶ୍ୱ ବଜାରରେ ଧାତବ ପଦାର୍ଥ ମୂଲ୍ୟରେ ବୃଦ୍ଧି ଘଟୁଥିବାରୁ ବେଦାନ୍ତ ସେୟାର ମୂଲ୍ୟରେ ବୃଦ୍ଧି ହୋଇଛି । ବିଶେଷ କରି ଚୀନର ଦୃଢ଼ ଶିଳ୍ପ ତଥ୍ୟ ଆସିବା ପରେ ଛଅ ମାସରେ ମାନୁଫାକଚରିଂ କାର୍ଯ୍ୟକଳାପ ବଢ଼ିଥିବାର ସଙ୍କେତ ମିଳିଛି । ଚୀନ ବିଶ୍ୱର ସର୍ବବୃହତ ଧାତବ ବ୍ୟବହାରକାରୀ ହୋଇଥିବାରୁ ଏହି ତଥ୍ୟ ପାଇଁ ଧାତବ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବଢ଼ୁଛି । ତାହାର ପ୍ରଭାବରେ ବେଦାନ୍ତ ସେୟାର ବୃଦ୍ଧି ପାଇଛି ।
ସେୟାର ମୂଲ୍ୟରେ ବୃଦ୍ଧି ବେଦାନ୍ତ ବ୍ୟବସାୟର ସମ୍ଭାବନା ଏବଂ କମ୍ପାନିର ଇବିଆଇଡିଟିଏ ଆକଳନର ପ୍ରତିଫଳନ ଅଟେ । ୨୦୨୩-୨୪ ଆର୍ଥିକ ବର୍ଷରେ ଇବିଆଇଡିଟିଏ ୫ ବିଲିଅନ ଡଲାର ହେବ ବୋଲି ବେଦାନ୍ତ ଲକ୍ଷ୍ୟ ରଖିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୬ ବିଲିଅନ ଡଲାର ଏବଂ ପରବର୍ତୀ ବର୍ଷରେ ୭-୭.୫ ବିଲିଅନ ଡଲାର ଇବିଆଇଡିଟିଏ ହାସଲ କରିବାକୁୂ ବେଦାନ୍ତ ଲକ୍ଷ୍ୟ ଧାର୍ଯ୍ୟ କରିଛି ।
ଭିଇଡିଏଲର ଉପାଧ୍ୟକ୍ଷ ତଥା ପ୍ରମୋଟର ଗ୍ରୁପର ସଦସ୍ୟ ଶ୍ରୀ ନବୀନ ଅଗ୍ରୱାଲ କହିଛନ୍ତି ଯେ, “ଡିଲିଭରେଜିଂ ଆମର ପ୍ରାଥମିକତା ଅଟେ । ଆସନ୍ତା ତିନି ବର୍ଷ ମଧ୍ୟରେ ଆମେ ବେଦାନ୍ତ ରିସୋର୍ସେସ୍‌ର ଋଣକୁ ୩ ବିଲିୟନ ଡଲାର ହ୍ରାସ କରିବୁ । ୨୦୨୪-୨୫ ଆର୍ôଥକ ବର୍ଷରେ ଭିଇଡିଏଲର ନଗଦ ପ୍ରବାହ ପୂର୍ବ ଅଭିବୃଦ୍ଧି ପୁଞ୍ଜି ବ୍ୟୟ ୩.୫-୪ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି ଯାହା ୧.୫ ବିଲିୟନ ଡଲାରର ସୁରକ୍ଷିତ ଋଣ ପରିପକ୍ୱତା ପାଇଁ ଯଥେଷ୍ଟ ।”
ଗତ ବର୍ଷ ସେପ୍େଟମ୍ବରରେ ବେଦାନ୍ତ ଧାତୁ, ଶକ୍ତି, ଆଲୁମିନିୟମ ଏବଂ ତୈଳ ଓ ଗ୍ୟାସ ବ୍ୟବସାୟର ପୃଥକୀକରଣ କରିବାକୁ ଘୋଷଣା କରିଥିଲା । ଏହି ଅଭ୍ୟାସ ପରେ ବେଦାନ୍ତ ଆଲୁମିନିୟମ, ବେଦାନ୍ତ ତୈଳ ଓ ଗ୍ୟାସ, ବେଦାନ୍ତ ପାୱାର, ବେଦାନ୍ତ ଷ୍ଟିଲ ଆଣ୍ଡ ଫେରସ ମ୍ୟାଟେରିଆଲ୍ସ, ବେଦାନ୍ତ ବେସ୍ ମେଟାଲ୍ସ ଏବଂ ବେଦାନ୍ତ ଲିମିଟେଡ ଭଳି ୬ଟି ସ୍ୱାଧୀନ ସଂସ୍ଥା ଗଠନ କରାଯିବ । ବେଦାନ୍ତର ପ୍ରତ୍ୟେକ ଅଂଶ ପାଇଁ ଅଂଶଧନଧାରୀମାନେ ନୂତନ ତାଲିକାଭୁକ୍ତ ପାଂଚଟି କମ୍ପାନିର ଗୋଟିଏ ଲେଖାଏଁ ଅଂଶଧନ ପାଇବେ । ଏହି ପୃଥକୀକରଣ ପରେ ହିନ୍ଦୁସ୍ତାନ ଜିଙ୍କ୍‌ର ବ୍ୟବସାୟ ତଥା ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ବେଦାନ୍ତ ଲିମିଟେଡ୍ ପାଖରେ ରହିବ ।

Share

Leave a Reply

Your email address will not be published. Required fields are marked *

5 × two =