ଟିପିଏନ୍‌ଓଡିଏଲ୍ ମାଇଁ ଟାଟା ପାୱାର ଆପ୍‌କୁ ଅଧିକ ଲାଭଦାୟକ କରିଛି -ରେଫରାଲ୍ ପାଇଁ ରିୱାର୍ଡ ପ୍ରୋଗ୍ରାମର ଶୁଭାରମ୍ଭ

ବାଲେଶ୍ୱର: ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ମାଇଁ ଟାଟା ପାୱାର ଆପ୍‌କୁ ଗ୍ରାହକମାନଙ୍କ ଲାଗି ଆହୁରି ଲାଭଦାୟକ କରିଛି । ଟିପିଏନ୍‌ଓଡିଏଲ୍‌ର କର୍ପୋରେଟ୍ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂପାନି କର୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ଗ୍ରାହକମାନଙ୍କ ଲାଗି ଏକ ଗ୍ରାହକ ରେଫରାଲ୍ ଓ ରିୱାର୍ଡ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏବେ ଗ୍ରାହକମାନେ ମାଇଁ ଟାଟା ପାୱାର ଆପ୍‌କୁ ରେଫରାଲ୍ କୋଡ୍ (ସେମାନଙ୍କ ପଞ୍ଜୀକୃତ ମୋବାଇଲ୍‌) ନମ୍ବର ସହ ନିଜ ପ୍ରିୟଜନଙ୍କୁ ସେୟାର କରିପାରିବେ ଏବଂ ସେମାନେ ବିଦ୍ୟୁତ୍ ବିଲ୍ ପେମେଂଟ୍ କରିବା ବେଳେ ରିୱାର୍ଡ ପଏଂଟ୍ ପାଇପାରିବେ । ଗ୍ରାହକମାନେ ମାଇଁ ଟାଟା ପାୱାର ଆପ୍‌ରେ ନିଜ ବିଦ୍ୟୁତ ବିଲ୍ ଦେବା ବେଳେ ସେହି ରିୱାର୍ଡ ପଏଂଟ୍‌ଗୁଡ଼ିକୁ ରିଡିମ୍ କରିପାରିବେ । ଆପ୍ ଜରିଆରେ ସେମାନଙ୍କ ପଞ୍ଜୀକରଣ ସହିତ ପ୍ରଥମ ସଫଳ ପେମେଂଟ୍ ପାଇଁ ଗ୍ରାହକ ୮ ରିୱାର୍ଡ ପଏଂଟ୍ ପାଇବେ ଏବଂ ରେଫର୍ କରାଯାଇଥିବା ଗ୍ରାହକଙ୍କ ପରବର୍ତୀ ଦୁଇ ପେମେଂଟ୍ ଉପରେ ୫ ରିୱାର୍ଡ ପଏଂଟ୍ ପାଇପାରିବେ । ପୁନଶ୍ଚ, ଡିଜିଟାଲ୍ ପେମେଂଟ୍ ମାଧ୍ୟମକୁ ବ୍ୟବହାର କରି ଗ୍ରାହକମାନେ ସେମାନଙ୍କ ବିଦ୍ୟୁତ ବିଲ୍ ଉପରେ ୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ରିହାତି ପାଇପାରିବେ ।
ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର, ମୁଖ୍ୟ-ଆଇଟି ଓ ଓଟି ଶ୍ରୀ ତରୁଣ ବାତ୍ରା, ଚିଫ୍ ଅପରେସନ୍ସ ସର୍ଭିସେସ୍ ଶ୍ରୀ ନୀଲେଶ ପଟ୍‌ଫୋଡେ, ଚିଫ୍ ରେଭିନ୍ୟୁ କଲେକ୍ସନ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଶ୍ରୀ ରମେଶ କୌଲ, ମୁଖ୍ୟ-ଗ୍ରାହକ ସେବା ଶ୍ରୀ ବିନୋଦ କୁମାର, ଏଚ୍‌ଓଡି-ରେଭିନ୍ୟୁ କଲେକ୍ସନ ଶ୍ରୀ ଶୁୁଭୋଜ୍ୟୋତି ଦାସଙ୍କ ସମେତ ଟିପିଏନ୍‌ଓଡିଏଲ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଗ୍ରାହକମାନଙ୍କୁ ଡିଜିଟାଲ ସଶକ୍ତ କରିବା ଏବଂ ବିଦ୍ୟୁତ୍ ଯୋଗାଣ ଓ ସେବା ସମ୍ପର୍କିତ ସୂଚନା ସହଜରେ ପ୍ରଦାନ କରିବା ଲାଗି ମାଇଁ ଟାଟା ପାୱାର ମୋବାଇଲ୍ ଆପ୍‌ର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ବାସ୍ତବ ସମୟ ବିଲ୍ ସୂଚନା, ବିଲ୍ ଓ ପେମେଂଟ୍ ହିଷ୍ଟ୍ରି, ତତ୍କାଳ ଡିଜିଟାଲ୍ ପେମେଂଟ୍ ବିକଳ୍ପ ଭଳି ବ୍ୟାପକ ସେବା ସୁବିଧା ପାଉଛନ୍ତି ଏବଂ ସେଗୁଡ଼ିକୁ ପାଇବା ମାତ୍ରେ ପେମେଂଟ୍ କରିପାରୁଛନ୍ତି ।
ଗ୍ରାହକ ରେଫରାଲ୍ ଓ ରିୱାର୍ଡ ପ୍ରୋଗ୍ରାମ ସର୍ବାଧିକ ଲାଭ ହାସଲ କରିବା ଏବଂ ମାଇଁ ଟାଟା ପାୱାର ଆପ୍ ଜରିଆରେ ସୁବିଧାଜନକ ପେମେଂଟ୍ ଅନୁଭୂତି ପାଇବାର ସୁଯୋଗ ପ୍ରଦାନ କରିବ । ଆମ ସମସ୍ତ ଗ୍ରାହକଙ୍କୁ ଡିିଜିଟାଲ୍ ସେବା ପ୍ରଦାନ କରି ନୂଆ ଦିଗ ପ୍ରଦାନ କରିବା ଲାଗି ଟିପିଏନ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି ବୋଲି ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କର ସରକାର କହିଛନ୍ତି ।
ନିଜର ପୁରୁଣା ବକେୟା ପ୍ରଦାନ କରିବାରେ ଗ୍ରାହକମାନଙ୍କୁ ଏକ ସମୟର ସୁବିଧା ଦେବା ଲାଗି ନିକଟରେ ଓଡ଼ିଶାର ସମସ୍ତ ଡିସ୍‌କମ୍‌ଗୁଡ଼ିକ ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଦ୍ୱାରା ଅନୁମୋଦିତ ୱାନ୍‌-ଟାଇମ୍ ସେଟଲ୍‌ମେଂଟ୍ (ଓଟିଏସ୍‌) ସ୍କିମ୍‌ର ଶୁଭାରମ୍ଭ କରିଛନ୍ତି । ଦୀର୍ଘ ଦିନରୁ ବକେୟା ରହିଥିବା ବିଦ୍ୟୁତ୍ ବିଲ୍ ଉପରେ ଏଲ୍‌ଟି ଗ୍ରାହକମାନେ ପୁରୁଣା ବକେୟାର ମୂଳ ରାଶି ଉପରେ ଏକକାଳୀନ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ଏବଂ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ୮୦ ପ୍ରତିଶତ ଅତିରିକ୍ତ ରିହାତି ପାଇପାରିବେ ଏବଂ ବିଳମ୍ବିତ ପେମେଂଟ୍ ସରଚାର୍ଜ (ଡିପିଏସ୍‌) ଉପରେ ଏଚ୍‌ଟି/ ଇଏଚ୍‌ଟି ଗ୍ରାହକମାନେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । ଗ୍ରାହକମାନେ ସମସ୍ତ ଟିପିଏନ୍‌ଓଡିଏଲ୍ ଟଚ୍‌ପଏଂଟ୍‌-ଦେୟମୁକ୍ତ କଲ୍ ସେଂଟର (୧୮୦୦-୩୪୫-୬୭୧୮/ ୧୯୧୨), ଗ୍ରାହକ ସେବା କେନ୍ଦ୍ର, ଅନୁଭବ କେନ୍ଦ୍ର, ନିଷ୍ଠା ଶିବିର, ଗ୍ରାହକ ସେବା ପ୍ରତିନିଧି, ଟିପିଏନ୍‌ଓଡିଏଲ୍‌ର କାର୍ଯ୍ୟାଳୟରେ ପହଂଚିପାରିବେ, ୭୭୭୭୦୦୪୭୫୯କୁ ହ୍ୱାଟସ୍‌ଆପ୍ ଟେକ୍ସଟ୍ ପଠାଇପାରିବେ କିମ୍ବା ୦୬୭୪୧ ୩୩୮୮୮ରେ ପଞ୍ଜୀକରଣ ଓ ଗୋଟିଏ ସମୟ ପାଇଁ ମିଳୁଥିବା ଏହି ସୁଯୋଗ ବିଷୟରେ ଅଧିକ ଜାଣିବା ଲାଗି ମିସଡ୍ କଲ୍ କରିପାରିବେ ।

Share

Leave a Reply

Your email address will not be published. Required fields are marked *

five × three =