ପଂଚମ ଥର ଲାଗି ସଣ୍ଡେ ଟାଇମ୍‌ସ ଧନୀ ତାଲିକା ଶୀର୍ଷରେ ହିନ୍ଦୁଜା ପରିବାର

ଭୁବନେଶ୍ୱର: ୧୦୮ ବର୍ଷ ପୁରୁଣା ହିନ୍ଦୁଜା ଗ୍ରୁପ୍‌ର ସହ ଅଧ୍ୟକ୍ଷ ଗୋପୀଚନ୍ଦ ହିନ୍ଦୁଜା ଓ ହିନ୍ଦୁଜା ପରିବାର ୩୫ ବିଲିଅନ ୟୁରୋ ସଂପତି ସହିତ ପଂଚମ ଥର ଲାଗି ବ୍ରିଟେନ୍ ଧନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ସଣ୍ଡେ ଟାଇମ୍‌ସ ପକ୍ଷରୁ ଜାରି କରାଯାଇଥିବା ଧନୀ ତାଲିକାରେ ବ୍ରିଟେନ୍‌ର ଶ୍ରେଷ୍ଠ ୧,୦୦୦ ଧନୀଙ୍କୁ ସାମିଲ କରାଯିବା ସହ ସେମାନଙ୍କ ସଂପତିକୁ ପ୍ରଦର୍ଶନ କରାଯାଇଛି । ବ୍ୟବସାୟ ଦୁନିଆରେ ହିନ୍ଦୁଜା ଗ୍ରୁପ୍‌ର ଉଲ୍ଲେଖନୀୟ ସଫଳତାର ଏହି ସମ୍ମାନଜନକ ର‌୍ୟାଙ୍କିଙ୍ଗ୍ ହେଉଛି ପରିଚୟ ।
ଅଟୋମୋଟିଭ୍ ଠାରୁ ଆରମ୍ଭ କରି ଫାଇନାନ୍ସ, ଶକ୍ତି ଓ ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ହିନ୍ଦୁଜା ପରିବାରର ଯୋଗଦାନ ରହିଥିବା ବେଳେ ଏହା ଶିଳ୍ପ ମାନଙ୍କରେ ଉନ୍ନତି ଆଣିବା ସହ ବିଶ୍ୱ ଅର୍ଥନୀତିରେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିଛି । ସଂଯୋଗର ବିଷୟ ହେଉଛି ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଏସ୍ ପି ହିନ୍ଦୁଜାଙ୍କ ଦେହାନ୍ତର କିିଛି ସମୟ ପରେ ସଣ୍ଡେ ଟାଇମ୍‌ସ ଧନୀ ତାଲିକା ଜାରି ହୋଇଥିଲା । ସ୍ୱର୍ଗତ ଏସ୍ ପି ହିନ୍ଦୁଜା ଓ ଜି ପି ହିନ୍ଦୁଜାଙ୍କ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଓ ଦୂରଦୃଷ୍ଟି ବଳରେ କଂପାନି ବିବିଧ ଶିଳ୍ପ କ୍ଷେତ୍ରରେ ସଫଳତାର ଅସୀମ ଶିଖରରେ ପହଂଚିପାରିଛି ।
ଏହି ସଫଳତା ପାଇଁ କୃତଜ୍ଞତା ଜଣାଇ ଶ୍ରୀ ଗୋପିଚନ୍ଦ ହିନ୍ଦୁଜା କହିଛନ୍ତି ଯେ “ସମ୍ମାନଜନକ ସଣ୍ଡେ ଟାଇମ୍‌ସ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଥିବାରୁ ମୁଁ ଓ ପରିବାର ଗଭୀର ଭାବେ କୃତଜ୍ଞ । ମୁଁ ମୋ ଭାଇମାନଙ୍କୁ ଭଲ ପାଏ । ଆମେ ଚାରି ଜଣ ହେଉଛୁ ଗୋଟିଏ ଆତ୍ମା । ଏହି ମାନ୍ୟତା ହେଉଛି ଉତ୍କର୍ଷ ପାଇଁ ହିନ୍ଦୁଜା ପରିବାରର ନିରବଚ୍ଛିନ୍ନ ସନ୍ଧାନ ଏବଂ ହିନ୍ଦୁଜା ପରିବାରର ପ୍ରତିଟି ସଦସ୍ୟ ପ୍ରଦର୍ଶନ କରିଥିବା ସାମଗ୍ରିକ ଉଦ୍ୟମ, ଅତୁଟ ସମର୍ପଣ ଓ ଉଲ୍ଲେଖନୀୟ ସହନଶୀଳତା ଏବଂ ଆମ ସଂସ୍ଥା ଭିତରେ ଥିବା ଉଲ୍ଳେଖନୀୟ ପ୍ରତିଭାର ପରିଚୟ ।’’
ବ୍ୟବସାୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ହିନ୍ଦୁଜା ପରିବାର ପକ୍ଷରୁ ହିନ୍ଦୁଜା ଫାଉଣ୍ଡେସନ ଜରିଆରେ ଦାତବ୍ୟ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଗୋଷ୍ଠୀ ବିକାଶ ଉପରେ ଗୁରୁତ୍ୱ ଦେଇ ଫାଉଣ୍ଡେସନ ଅସଂଖ୍ୟ ଜୀବନକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରିପାରିଛି ।
ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ପ୍ରମୁଖ ନାମଗୁଡ଼ିକ ମଧ୍ୟରେ ରହିଛି ୨୯.୬୮୮ ବିଲିଅନ ୟୁରୋ ସହ ସାର ଜିମ୍ ରାଟ୍‌କ୍ଲିଫ୍‌, ୨୮.୬୨୫ ବିଲିଅନ ୟୁରୋ ସହ ସାର ଲିଓନାର୍ଡ ବ୍ଲାଭାଟିଂକ୍‌, ୨୪.୩୯୯ ବିଲିଅନ ୟୁରୋ ସହ ଡେଭିଡ୍ ଓ ସିମନ୍ ରୁବେନ୍ ଓ ପରିବାର, ୨୩ ବିଲିଅନ ୟୁରୋ ସହ ସାର ଜେମ୍‌ସ ଡାଇସନ୍ ଓ ପରିବାର, ୧୬ ବିଲିଅନ ୟୁରୋ ସହ ଲକ୍ଷ୍ମୀ ମିତଲ ଏବଂ ଗାୟ, ଜର୍ଜ, ଅଲାନା ଓ ଗାଲେନ୍ ୱେଷ୍ଟନ୍‌ଙ୍କ ୱେଷ୍ଟନ୍ ପରିବାର ।

Share

Leave a Reply

Your email address will not be published. Required fields are marked *

nineteen + 14 =