Business

ବରଦାନ ସାଜିଛି ଟିପିଏନଓଡିଏଲର ଭ୍ରାମ୍ୟମାଣ ଆମ୍ବୁଲାନ୍ସ

ବାଲେଶ୍ଵର,୨୪/୪: ନିଜର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଦିଗରେ ସର୍ବଦା ଗୁରୁତ୍ଵ ଦେବା ସହ ସାମାଜିକ ଦାୟିତ୍ଵବୋଧତା ତଥା ସିଏସଆର ବିନିଯୋଗ କ୍ଷେତ୍ରରେ ‘ଟିପିଏନଓଡିଏଲ’ ଗୁରୁଦାୟିତ୍ଵ ବହନ କରୁଛି। ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡି ଜନସାଧାରଣଙ୍କ ପାଇଁ ବରଦାନ ସାଜିଛି। ବିଗତ କିଛି ବର୍ଷ ମଧ୍ୟରେ ୧ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇଛି ଟିପିଏନଓଡିଏଲ।

ଟିପିଏନଓଡିଏଲ ପକ୍ଷରୁ ମାଗଣା ମୋବାଇଲ ସ୍ୱାସ୍ଥ୍ୟ ସେବା ନିମିତ୍ତ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବାଲେଶ୍ଵର ଜିଲ୍ଲା ସମେତ ଯାଜପୁର, କେନ୍ଦୁଝର, ଭଦ୍ରକ, ଓ ମୟୂରଭଞ୍ଜ ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯାଇଛି। ପ୍ରତ୍ଯେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ମୋଟ ୫ଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉପଲବ୍ଧ କରାଯାଇଥିବା ବେଳେ ଏଯାବତ ୧୩ଶହରୁ ଅଧିକ ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯାଇଛି। ଏହି ଆମ୍ବୁଲାନ୍ସ ଆଦିବାସୀ, ଉପାନ୍ତ ଓ ଗ୍ରାମାଞ୍ଚଳ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଛି। ଆମ୍ବୁଲାନ୍ସଗୁଡିକରେ ଅତ୍ୟାବଶ୍ୟକୀୟ ଚିକିତ୍ସା ଉପକରଣ ଓ ଔଷଧ ସହ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ ନିଯୋଜିତ ହୋଇଛନ୍ତି। ଚିକିତ୍ସା ସେବା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନ କରିବା ଦିଗରେ ମଧ୍ୟ ଏହି ଆମ୍ବୁଲାନ୍ସ କାର୍ଯ୍ୟ କରୁଛି। ଏଥିରେ ଅଭିଜ୍ଞ ଡାକ୍ତର, ଫର୍ମାସିଷ୍ଟ ଏବଂ ଅନ୍ୟ କର୍ମଚାରୀ ପ୍ରତ୍ଯେକ ଆମ୍ବୁଲାନ୍ସରେ ନିୟୋଜିତ କରିଛୁ। ଏହି ଆମ୍ବୁଲାନ୍ସ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଓ ଔଷଧ ଯୋଗାଉଥିବା ବେଳେ ଏ ସମସ୍ତ ପ୍ରକ୍ରିୟା ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ସମ୍ପାଦିତ ହେଉଛି । ସମ୍ପୂର୍ଣ ମାଗଣାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଓ ଔଷଧ ଯୋଗାଇ ଦିଆଯାଉଛି।

ତେବେ ସିଏସଆର ବିନିଯୋଗ କ୍ଷେତ୍ରରେ ଅନେକ ମହତ୍ବପୂର୍ଣ୍ଣ ପଦକ୍ଷେପ ଟିପିଏନଓଡିଏଲ ଗ୍ରହଣ କରିଛି। ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାମାନଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ଆୟୋଜନ କରୁଛି। ଟିପିଏନଓଡିଏଲ ପକ୍ଷରୁ ୫ଟି ଜିଲ୍ଲାରେ ଥିବା ୬ଟି ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରୁ ପ୍ରାୟ ୩ହଜାର ଯୁବବର୍ଗ ତାଲିମ ନେଇ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି। ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଟେଲରିଂ, ବ୍ୟୁଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମଧ୍ୟ ଟିପିଏନଓଡିଏଲ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷତଃ ଜନ ସାଧାରଣଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସମ୍ପର୍କରେ ଅବଗତ କରାଇବା ଲାଗି ଆରମ୍ଭ ହୋଇଥିବା ‘ଅଧିକାର କାର୍ଯ୍ୟକ୍ରମ’ ବେଶ୍ ଜନାଦୃତ ହୋଇ ପାରିଛି।

Share

Leave a Reply

Your email address will not be published. Required fields are marked *

4 × five =