ଓଡ଼ିଶାରେ ପେଟ୍ରୋଲ 82, ଧନ୍ୟ ତୁମେ ଧର୍ମେନ୍ଦ୍ର

ଭୁବନେଶ୍ୱର () ସାଧାରଣ ଲୋକଙ୍କକୁ ପେଟ୍ରୋଲ ଦର କନ୍ଦାଉଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଅଚିନ୍ତା ନିଦ୍ରାରେ । ଦରବୃଦ୍ଧିର ଚିତ୍କାର ତାଙ୍କ କାନରେ ବାଜୁନି ଅବା ସବୁ ଶୁଣି ନଶୁଣିବାର ସୁଆଙ୍ଗ କରୁଛନ୍ତି ।

ଦେଶର ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ବି ଆଜି ପେଟ୍ରୋଲ ଦର 82 ଟଙ୍କା ଅତିକ୍ରମ କରିଛି । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା 82 ଟଙ୍କା 19 ପଇସା ହୋଇଥିବା ବେଳେ କୋରାପୁଟରେ 81 ଟଙ୍କା 63 ପଇସା ହୋଇଛି । ପେଟ୍ରୋଲିୟମ ମନ୍ତ୍ରୀଙ୍କ ପାରିବାପାଣିକୁ ଧନ୍ୟବାଦ ।

ଡିଜେଲ ଦର ମଧ୍ୟ ବଢିଛି । ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା 36 ପଇସା ବଢିଥିବା ବେଳେ ମୁମ୍ବାଇରେ 42 ପଇସା ବଢିଛି । ଦେଶର ଆର୍ଥିକ ସ୍ଥିତିର ଆଳ ନେଇ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଅବକାରୀ ଶୁଳ୍କ ହ୍ରାସ କରିବାକୁ ରାଜି ନୁହନ୍ତି । ଗୋଟେପଟେ ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଅବକାରୀ ଶୁଳ୍କ ଲାଗୁକରି କେନ୍ଦ୍ର ସରକାର ଅଧିକ ରାଜସ୍ବ ଆଦାୟ କରୁଛନ୍ତି । ଅନ୍ୟପଟେ କିନ୍ତୁ ଶସ୍ତାରେ ବିଦେଶକୁ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଛନ୍ତି ।

ଏକ ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ଯେ, କେନ୍ଦ୍ର ସରକାର 15ଟି ଦେଶକୁ ଶୋଧିତ ପେଟ୍ରୋଲ ଲିଟର ପିଛା 34 ଟଙ୍କା ଏବଂ 29ଟି ଦେଶକୁ 37 ଟଙ୍କାରେ ରପ୍ତାନୀ କରୁଛନ୍ତି । କେନ୍ଦ୍ର ସରକାରଙ୍କ ମାଂଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲସ 2018 ଜାନୁଆରୀ 1ରୁ ଜୁନ 30 ମଧ୍ୟରେ ହଂକଂ, ମାଲେସିଆ, ସିଙ୍ଗାପୁର, ୟୁଏଇ ଆଦି ଦେଶକୁ ପେଟ୍ରୋଲ ଲିଟର ପିଛା 32ରୁ 34 ଟଙ୍କାରେ ଓ ଡିଜେଲ 34ରୁ 36 ଟଙ୍କାରେ ରପ୍ତାନୀ ହୋଇଛି । ସେ ସମୟରେ ଦେଶରେ ପେଟ୍ରୋଲ ଦର 69 ଟଙ୍କା 97 ରୁ 75 ଟଙ୍କା 55 ପଇସା ମଧ୍ୟରେ ରହୁଥିଲା । ଆଉ ଡିଜେଲ ଦର 59 ଟଙ୍କା 70ରୁ 67 ଟଙ୍କା 38 ପଇସା ମଧ୍ୟରେ ରହୁଥିଲା ।

Share

Leave a Reply

Your email address will not be published. Required fields are marked *

9 + thirteen =