ପିଏଲ୍‌ଆଇ ସ୍କିମ୍ ଅଧୀନରେ ଟାଟା ଷ୍ଟିଲ୍ ପକ୍ଷରୁ ଇସ୍ପାତ ମନ୍ତ୍ରଣାଳୟ ସହ ଏମ୍‌ଓୟୁ ସ୍ୱାକ୍ଷରିତ

ଆଠଟି ଉତ୍ପାଦ ପାଇଁ ଟାଟା ଷ୍ଟିଲ୍ ଲିମିଟେଡ୍‌, ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ ଲିମିଟେଡ୍ ଓ ଦି ଟିନ୍‌ପ୍ଲେଟ୍ କଂପାନି ଅଫ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ସ୍ପେସିଆଲିଟି ଷ୍ଟିଲ୍ ପାଇଁ ଉତ୍ପାଦନ ଭିତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍ ଅଧିନରେ ଆଠ ଉତ୍ପାଦ ବର୍ଗ ପାଇଁ ଟାଟା ଷ୍ଟିଲ୍ ଲିମିଟେଡ୍‌, ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ ଲିମିଟେଡ୍ ଓ ଦି ଟିନ୍‌ପ୍ଲେଟ୍ କଂପାନି ଅଫ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଇସ୍ପାତ ମନ୍ତ୍ରଣାଳୟ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି ।
୨୭ଟି କଂପାନି ପକ୍ଷରୁ ୨୦ଟି ଉପ ବର୍ଗକୁ ନେଇ ମନ୍ତ୍ରଣାଳୟ ସହ ୫୭ଟି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଏହି ଅବସରରେ କେନ୍ଦ୍ର ଇସ୍ପାତ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଇସ୍ପାତ ମନ୍ତ୍ରାଳୟ ଓ ଇସ୍ପାତ କଂପାନିଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲ୍‌ର ଉପସଭାପତି, କର୍ପୋରେଟ୍ ସେବା ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ପିଏଲ୍‌ଆଇ ସ୍କିମ୍‌କୁ ଆଗକୁ ବଢ଼ାଇଥିବାରୁ ଇସ୍ପାତ ମନ୍ତ୍ରଣାଳୟ ନିକଟରେ ଆମେ କୃତଜ୍ଞ ଯାହା ଗ୍ରାହକମାନେ ଚାହୁଁଥିବା ଉତ୍ପାଦର ଉଭୟ ମାନ ଓ ବ୍ୟାପକତାକୁ ନେଇ ଜାତୀୟ ଇସ୍ପାତ ନୀତିକୁ ସାକାର କରିବାରେ ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ ।’’
ଗତ କିଛି ବର୍ଷ ଧରି ଭାରତୀୟ ଇସ୍ପାତ ଶିଳ୍ପ ଅଭିବୃଦ୍ଧି ପଥରେ ରହିଛି ଏବଂ ବର୍ତମାନ ଏହା ବିଶ୍ୱସ୍ତରରେ ଦ୍ୱିତୀୟ ବୃହତ ଉତ୍ପାଦନକାରୀ । ଇସ୍ପାତ ହେଉଛି ଅନ୍ୟତମ କ୍ଷେତ୍ର ଯାହା ଦେଶରେ ଆବଶ୍ୟକ ଘରୋଇ ନିବେଶକୁ ବଢ଼ାଉଛି । ସ୍ୱାକ୍ଷର କରାଯାଇଥିବା ଏମ୍‌ଓୟୁ ଟାଟା ଷ୍ଟିଲ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା କଂପାନିକୁ ଏହାର ଦକ୍ଷତାକୁ ଆହୁରି ବଢ଼ାଇବା ଏବଂ ସରକାରଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ପୂରଣ କରିବାରେ ସକ୍ଷମ କରିବ । ହାଇ ଏଣ୍ଡ୍ ପ୍ରୟୋଗ ଲାଗି ଆବଶ୍ୟକ ସ୍ପେସିଆଲିଟି ଇସ୍ପାତ ନିର୍ମାଣ କରିବା ପାଇଁ ପିଏଲ୍‌ଆଇ ସ୍କିମ୍‌ରେ ଉଭୟ ଘରୋଇ ଓ ବିଦେଶୀ କଂପାନିଗୁଡ଼ିକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ପୁଂଜିନିବେଶ ଆକୃଷ୍ଟ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଇସ୍ପାତ କ୍ଷେତ୍ରରେ ପ୍ରଯୁକ୍ତିରେ ଉନ୍ନତୀକରଣର ପ୍ରସାର କରି ପାଂଚ ବର୍ଷ ପାଇଁ ୬୩୨୨ କୋଟି ଟଙ୍କାର ଆର୍ଥିକ ଅଟକଳକୁ ନେଇ ୨୦୨୧ ଜୁଲାଇ ୨୨ରେ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ସ୍ପେସିଆଲିଟି ଇସ୍ପାତ ପାଇଁ ଉତ୍ପାଦନ ଭିତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ଅନୁମୋଦନ ପ୍ରଦାନ କରଯାଇଥିଲା ।

Share

Leave a Reply

Your email address will not be published. Required fields are marked *

1 × four =