ୟୁବି ଜରିଆରେ ଆକ୍ସିସ୍ ବ୍ୟାଙ୍କ ଓ ଅଟୋଟ୍ରାକ୍ ଫାଇନାନ୍ସ ଲିମିଟେଡ୍ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଭାରତର ତୃତୀୟ ବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ଓ ଗୁରୁଗାଓଁର ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଅଟୋଟ୍ରାକ୍ ଫାଇନାନ୍ସ ପକ୍ଷରୁ ୟୁବି କୋ ଡଟ୍ ଲେଣ୍ଡ୍ ପ୍ଲାଟଫର୍ମରେ କୋ-ଲେଣ୍ଡିଂ ମଡେଲ୍ ଅଧିନରେ ସହଯୋଗିତା ସ୍ଥାପନ କରିଥିବା ବିଷୟରେ ଘୋଷଣା କରାଯାଇଛି । ଏହି ସହଯୋଗିତା ଜରିଆରେ ଉଭୟ ସଂସ୍ଥା ଦେଶର ଗ୍ରାମୀଣ ଅଂଚଳର ଗ୍ରାହକମାନଙ୍କ କୃଷି ଓ ତତ୍ ସଂକ୍ରାନ୍ତୀୟ କାର୍ଯ୍ୟ ଲାଗି ଆର୍ଥିକ ଆଶ୍ୟକତା ପୂରଣ କରିବ ନିମନ୍ତେ “ନୂଆ ଟ୍ରାକ୍ଟର’ ଋଣ ପ୍ରଦାନ କରିବେ ।
ଏହି ସହଯୋଗିତାରେ ଏଏଫ୍‌ଏଲ୍‌ର ବ୍ୟାପକ ଗାହକ ଅନୁଭୂତି ଓ ଆକ୍ସିସ ବ୍ୟାଙ୍କ୍‌ର ଗଭୀର ଆର୍ଥିକ ବିଶେଷତାକୁ ନେଇ ଚାଷୀମାନଙ୍କୁ ଉନ୍ନତ ସୁଧ ହାରରେ ସହଜ ଋଣ ପ୍ରଦାନ କରାଯିବ । ଏଏଫ୍‌ଏଲ୍‌ର ୧୮ଟି ରାଜ୍ୟରେ ବ୍ୟାପକ ଗ୍ରାହକ ଓ ଡିଲର ରହିଛନ୍ତି ଏବଂ ଏହାର ନେଟୱର୍କକୁ ବ୍ୟବହାର କରି ଏହା ଉନ୍ନତ କୃଷି ଉପକରଣ ଚାଷୀଙ୍କ ପାଖରେ ପହଂଚାଇପାରିବ । ସଗଠିତ କ୍ଷେତ୍ରରୁ ଋଣ ପାଉନଥିବା ସମ୍ଭାବ୍ୟ ଗ୍ରାହକମାନଙ୍କ ପାଖରେ ଆକ୍ସିସ୍ ବ୍ୟାଙ୍କ୍ ଓ ଏଏଫ୍‌ଏଲ୍‌କୁ ପହଂଚାଇବାରେ ଏହି ସହଯୋଗିତା ସଶକ୍ତ କରିବ । ପ୍ରଯୁକ୍ତି ପ୍ଲାଟ୍‌ଫର୍ମ ୟୁବିର ସହଯୋଗରେ ଏହି ସହଯୋଗିତାରେ କୋ-ଲେଣ୍ଡିଂ ଗାଇଡ୍‌ଲାଇନ୍ ଅନୁସାରେ ସହଜରେ ଋଣ ପ୍ରକ୍ରିୟାକରଣ ହୋଇପାରିବ ।
ଭାରତ ବ୍ୟାଙ୍କିଙ୍ଗ, ଆକ୍ସିସ୍ ବ୍ୟାଙ୍କ୍‌ର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମୁଖ୍ୟ- ଶ୍ରୀ ମୁନିଷ ଶାରଦା କହିଛନ୍ତି ଯେ, “ଦୁର୍ଗମ ଅଂଚଳରେ ପହଂଚିବା ଏବଂ ଡିଜିଟାଲ୍ ମାଧ୍ୟମରେ ନିରବଚ୍ଛିନ୍ନ ଭାବେ ଆର୍ଥିକ ସେବା ପ୍ରଦାନ କରିବା ଲାଗି ବ୍ୟାଙ୍କ୍‌ର ରହିଥିବା ଭାରତ ବ୍ୟାଙ୍କିଙ୍ଗ୍ ମିଶନ ଅନୁସାରେ ଏଏଫ୍‌ଏଲ୍ ସହିତ ଏହି ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ଜରିଆରେ ନୂଆ ଟ୍ରାକ୍ଟର ବ୍ୟବସାୟରେ ଆମର ଉପସ୍ଥିତି ବଢ଼ିବ ଏବଂ ଦେଶର ଚାଷୀ ସମ୍ପ୍ରଦାୟ ପାଖରେ ସଂଗଠିତ ଋଣ ପହଂଚାଇବାରେ ଉନ୍ନତି ଆଣିବ । ଏହି ସୁଯୋଗକୁ ନେଇ ଆମେ ଉତ୍ସାହିତ କାରଣ ଆମର ଡିଜିଟାଲ୍ କୋ-ଲେଣ୍ଡିଂ ପ୍ଲାଟ୍‌ଫର୍ମ ଏହି ସହଯୋଗିତାକୁ କମ୍ ପରିଚାଳନା ଖର୍ଚରେ ଦ୍ରୁତ ଗତିରେ ଆଗକୁ ବଢ଼ାଇ ଉତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରଦାନ କରିବ ।’’
ଏହି ସହଯୋଗିତା ସମ୍ପର୍କରେ ଇଟଂରନ୍ୟାସନାଲ୍ ଟ୍ରାକ୍ଟର୍ସ ଲିମିଟେଡ୍ (ଆଇଟିଏଲ୍‌)ର ଯୁଗ୍ମ ପରିଚାଳନା ନିର୍ଦେଶକ ତଥା ଅଟୋଟ୍ରାକ୍ ଫାଇନାନ୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦେଶକ ଶ୍ରୀ ରମଣ ମିତଲ କହିଛନ୍ତି ଯେ, “ଆଇଟିଏଲ୍ ଗ୍ରହଣ କରୁଥିବା ଆମର ସବୁ ପଦକ୍ଷେପ ମୂଳରେ ଚାଷୀ ସର୍ବଦା ରହିଥାଏ ଏବଂ ଆମର ବିଶ୍ୱାସ ରହିଛି ଯେ ଆକ୍ସିସ୍ ବ୍ୟାଙ୍କ୍ ସହିତ ଏହି ସହଯୋଗିତା ସାରା ଚାଷୀ ସମାଜ ପାଇଁ ସମ୍ଭାବନାର ସମ୍ପୂର୍ଣ୍ଣ ଏକ ନୂଆ ଯୁଗ ଖୋଲିବ ।
ଏହି ସହଯୋଗିତାକୁ ନେଇ ଅଟୋଟ୍ରାକ୍ ଫାଇନାନ୍ସ ଲିମିଟେଡ୍ (ଏଏଫ୍‌ଏଲ୍‌) ଏହାର ଫିନ୍‌-ଟେକ୍ ବିଶେଷତା ଓ ନେଟ୍‌ୱର୍କକୁ ବ୍ୟବହାର କରି ଚାଷୀମାନଙ୍କୁ ନିରବଚ୍ଛିନ୍ନ ଆର୍ଥିକ ସହାୟତା ପ୍ରଦାନ କରିବ । ଡିଜିଟାଇଜେସନ୍ ଓ ଆନାଲିଟିକ୍ସରେ ଆମର ଶୃଙ୍ଖଳିତ ବ୍ୟବସ୍ଥା ଚାଷୀମାନଙ୍କୁ ଉଭୟ ସୋନାଲିକା ଓ ସୋଲିସ ୟାନମାରର ଉନ୍ନତ ଚାଷ ଉପକରଣକୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୁଧରେ ହାସଲ କରିବାରେ ସହାୟକ ହେବ ।’’
ୟୁବିର ପ୍ରତିଷ୍ଠାତା ଓ ସିଇଓ ଗୌରବ କୁମାର କହିଛନ୍ତି ଯେ, “ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହେଉଛି ଏକ ଜଟିଳ ବିଷୟ । ବ୍ୟାପକ ବଂଚିତ ବଜାର ବିଭିନ୍ନ ଭୌଗୋଳିକ ସ୍ଥାନରେ ବିକ୍ଷିପ୍ତ ଭାବେ ରହିଥିବାରୁ ସେମାନଙ୍କ ପାଖରେ ଓ ଅଗ୍ରାଧିକାର କ୍ଷେତ୍ର ନିକଟରେ ପହଂଚିବା ଲାଗି ବ୍ୟବସ୍ଥା ଏକଜୁଟ ହେବାକୁ ବାଧ୍ୟ ହୋଇଛି । ଆକ୍ସିସ୍ ବ୍ୟାଙ୍କ୍‌ର ବ୍ୟାପକ ଉପସ୍ଥିତି ଓ ଅଟୋଟ୍ରାକ୍ ଫାଇନାନ୍ସ ଲିମିଟେଡ୍‌ର ଦେଶର ଅର୍ଧ ସହରାଚଂଳ ଓ ଗ୍ରାମାଚଂଳରେ ଅତୁଳନୀୟ ନେଟ୍‌ୱର୍କ ଏବଂ ୟୁବିର ସୁଦୃଢ଼ ପ୍ରଯୁକ୍ତିକୁ ନେଇ ଏହି ସହଯୋଗିତା ହେଉଛି ଭାରତରେ ଆର୍ଥିକ ସଂସ୍ଥା ଓ ପ୍ରଯୁକ୍ତି ପ୍ରଦାନକାରୀମାନଙ୍କ ମଧ୍ୟରେ ଦରକାର ହେଉଥିବା ଆଭିମୁଖ୍ୟର ପ୍ରତିଫଳନ । କୋ-ଲେଣ୍ଡିଂ ମଡେଲ୍ ଓ ଟ୍ରାକ୍ଟର ଋଣକୁ ନେଇ ପ୍ରଭାବଶାଳୀ ଢଙ୍ଗରେ ଗ୍ରାହକମାନଙ୍କ ପାଖରେ ପହଂଚିହେବ ଏବଂ ଦେଶରେ ଆର୍ଥିକ ସେବାକୁ ପହଂଚାଇ ଅଧିକରୁ ଅଧିକ ଲୋକଙ୍କୁ ସଂଗଠିତ ଆର୍ଥିକ ପରିସରକୁ ଅଣାଯାଇପାରିବ ।’’

Share

Leave a Reply

Your email address will not be published. Required fields are marked *

five × 2 =